ପଶ୍ଚିମବଙ୍ଗରେ ବଦଳିବ କି ସରକାର? ଟିଏମସିର ୩୮ଜଣ ବିଧାୟକ ବିଜେପି ସହ ଯୋଗାଯୋଗ କରିଥିବା ଦାବି କଲେ ମିଥୁନ ଚକ୍ରବର୍ତ୍ତୀ

Advertisment
ପଶ୍ଚିମବଙ୍ଗରେ ବଦଳିବ କି ସରକାର? ଟିଏମସିର ୩୮ଜଣ ବିଧାୟକ ବିଜେପି ସହ ଯୋଗାଯୋଗ କରିଥିବା ଦାବି କଲେ ମିଥୁନ ଚକ୍ରବର୍ତ୍ତୀ

କୋଲକାତା: ପଶ୍ଚିମବଙ୍ଗରେ ବଦଳିବ କି ସରକାର? ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କୁ କ୍ଷମତାଚ୍ୟୁତ କରିଥିବା ବିଜେପି ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗାଦିଚ୍ୟୁତ କରିବ କି? ପଶ୍ଚିମବଙ୍ଗକୁ ଦଖଲ କରିପାରିନଥିବା ବିଜେପି ରାଜ୍ୟରେ ସରକାର ଗଢ଼ିବ କି? ବଲିଉଡ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଦାବି ପରେ ଏ‌ଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରିବା ଆରମ୍ଭ କରିଛି। ମିଥୁନ ଚକ୍ରବର୍ତ୍ତୀ ଦାବି କରିଛନ୍ତି ଯେ ମମତା ବାନାର୍ଜୀଙ୍କ ଟିଏମସି ଦଳର ୩୮ଜଣ ବିଧାୟକ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ଯୋଗାଯୋଗରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣ ବିଧାୟକ ମୋ ସହ ସିଧାସଳଖ ଯୋଗାଯୋଗ କରୁଛନ୍ତି। ତାଙ୍କର ଏଭଳି ଦାବି ପରେ ‌ଆଗକୁ ପଶ୍ଚିମବଙ୍ଗରେ ରାଜନୈତିକ କନ୍ଦଳ ଦେଖାଦେଇପାରେ ବୋଲି ଚର୍ଚ୍ଚା ହେଲାଣି।

publive-image aajtak

ମିଥୁନ ଚକ୍ରବର୍ତ୍ତୀ ଗତ ବର୍ଷ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ବର୍ତ୍ତମାନ ସାମ୍ବାଦିକ ସମ୍ମିଳନୀ କରି ସେ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ବିଜେପିର ମୁସଲମାନ ବିରୋଧୀ ଭାବମୂର୍ତ୍ତି ଉପରେ ପଚରାଯିବାରୁ ମିଥୁନ କହିଛନ୍ତି ଯେ ବିଜେପି ଦେଶରେ ଦଙ୍ଗା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। କିନ୍ତୁ ମୁଁ ସ୍ପଷ୍ଟ ଭାବେ କହୁଛି ଯେ ଏହା କେବଳ ବିରୋଧୀଙ୍କ ଷଡଯନ୍ତ୍ରର ଏକ ଅଂଶ। ବିଜେପି ମୁସଲମାନମାନଙ୍କ ବିରୋଧୀ ବୋଲି କୁହାଯାଉଛି। ଯଦି ଏହା ସତ, ତେବେ ମୁସଲମାନ ହୋଇ ବି ସଲମାନ ଖାନ, ଶାହାରୁଖ ଖାନ ଏବଂ ଆମୀର ଖାନ ଭାରତର ତିନି ଜଣ ସୁପରଷ୍ଟାର ହେଲେ କେମିତି? ଦେଶର ୧୮ଟି ରାଜ୍ୟରେ ବିଜେପିର ସରକାର ରହିଛି। ଯଦି ବିଜେପି ମୁସଲମାନମାନଙ୍କୁ ଘୃଣା କରିଥାନ୍ତା ବା ହିନ୍ଦୁମାନେ ମୁସଲମାନମାନଙ୍କୁ ଘୃଣା କରିଥାନ୍ତେ ତେବେ ଏହି ୧୮ଟି ରାଜ୍ୟରେ ଏହି ୩ ସୁପରଷ୍ଟାରଙ୍କ ଫିଲ୍ମ ଭଲ ଆୟ କେମିତି କରିଥାନ୍ତା? ମୁଁ ଯେଉଁଠାରେ ଅଛି ସେଠାରେ ଏଥିପାଇଁ ପହଞ୍ଚିଛି କାରଣ ହିନ୍ଦୁ, ମୁସଲମାନ, ଶିଖ ସମସ୍ତେ ମୋତେ ଭଲ ପାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe