ଇଡି ଜବତ କରିଥିବା ଟଙ୍କାର ପ୍ରକୃତ ମାଲିକ କିଏ କହିଦିଅ ପାର୍ଥ, ଜେଲରେ ସଢ଼ ନାହିଁ: ମିଥୁନ ଚକ୍ରବର୍ତ୍ତୀ

Advertisment
ଇଡି ଜବତ କରିଥିବା ଟଙ୍କାର ପ୍ରକୃତ ମାଲିକ କିଏ କହିଦିଅ ପାର୍ଥ, ଜେଲରେ ସଢ଼ ନାହିଁ: ମିଥୁନ ଚକ୍ରବର୍ତ୍ତୀ

କୋଲକାତା: ଗିରଫ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଦ୍ୱିତୀୟ ଆପାର୍ଟମେଣ୍ଟରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଉ ୨୯କୋଟି ଟଙ୍କା ନଗଦ ଜବତ କରିଥିବା ବେଳେ ଏବେ ମନ୍ତ୍ରୀଙ୍କୁ ବହିଷ୍କାର କରିବାର ଦାବି ଜୋର ଧରିଛି। ଅନ୍ୟପକ୍ଷରେ ଅଭିନେତା-ରାଜନେତା ମିଥୁନ ଚକ୍ରବର୍ତ୍ତୀ ଏହି ଦୁର୍ନୀତିରେ ସମ୍ପୃକ୍ତ ଅସଲ ଦୋଷୀର ନାମ ପ୍ରକାଶ କରିବାକୁ ପାର୍ଥ ଚାଟାର୍ଜୀଙ୍କୁ ଅନୁରୋଧ କରିଛନ୍ତି।

ପାର୍ଥ ଏତେ ଟଙ୍କାର ମାଲିକ ହୋଇଥିବେ ବୋଲି ମୁଁ ଭାବୁନାହିଁ। ପାର୍ଥ ନିଶ୍ଚିତ ଭାବରେ ସେହି ଟଙ୍କାର ରକ୍ଷକ ଥିଲେ। ମିଳିଥିବା ଟଙ୍କା ତାଙ୍କର ନୁହେଁ ବରଂ ଅନ୍ୟ କାହାର ଥିଲା ଏବଂ ସେ ବର୍ତ୍ତମାନ ସେ ପ୍ରକୃତ ଦୋଷୀର ନାଁ କହିବା ଉଚିତ୍।

‌ତେବେ ଟଙ୍କା ବ୍ୟତୀତ, ଅର୍ପିତାଙ୍କ ଦ୍ବିତୀୟ ଆପାର୍ଟମେଣ୍ଟରୁ ୫କିଲୋଗ୍ରାମରୁ ଅଧିକ ସୁନା ଏବଂ ଅନେକ ଡକ୍ୟୁମେଣ୍ଟ ଜବତ କରିଛି ଇଡି। ଦୀର୍ଘ ୧୮ ଘଣ୍ଟାର ଜେରାରେ ତଦନ୍ତକାରୀ ସଂସ୍ଥା କୋଲକାତାର ବେଲଘରିଆରେ ଥିବା ଅର୍ପିତାଙ୍କ ଘରୁ ୧୦ ଟ୍ରଙ୍କ୍‌ ଟଙ୍କା ଜବତ କରିଥିବା ସୂଚନା ରହିଛି। ଅର୍ପିତାଙ୍କ ଘରୁ ବାହାରିଥିବା ଟଙ୍କାକୁ ଗଣିବା ପାଇଁ ଇଡି ଅଧିକାରୀମାନେ ୩ଟି ଟଙ୍କା ଗଣିବା ମେସିନ୍‌ ବ୍ୟବହାର କରିଥିବା ସାମ୍ନାକୁ ଆସିଛି। ଘରର ଶୌଚାଳୟରୁ ବି ଟଙ୍କା ମିଳିଥିବା କୁହାଯାଉଛି। ଏବେ ସୁଦ୍ଧା ଅର୍ପିତାଙ୍କ ୨ଟି ବାସଭବନରୁ ସମୁଦାୟ ୫୦ କୋଟି ଟଙ୍କା ଜବତ ହୋଇ ସାରିଥିବା ବେଳେ ହିସାବ ଏବେ ବି ଜାରି ରହିଛି।

ଅନ୍ୟପକ୍ଷରେ ଅର୍ପିତା ଇଡିକୁ କହିଛି ଯେ ଜଣେ ବଙ୍ଗାଳୀ ଅଭିନେତା ପାର୍ଥଙ୍କ ସହ ତାଙ୍କର ଯୋଗାଯୋଗ କରାଇ ଦେଇଥିଲେ ଏବଂ ଉଭୟ ୨୦୧୬ରୁ ଘନିଷ୍ଠ। ପୁଣି ସେ ସ୍ବୀକାର କରିଛନ୍ତି ଯେ ଶିକ୍ଷକ ନିଯୁକ୍ତି, ବଦଳି, ସ୍କୁଲ୍ ବା କଲେଜକୁ ସ୍ବୀକୃତି ଦେବା ଆଦି ନିମନ୍ତେ ପ୍ରଚୁର ଲାଞ୍ଚ ନିଆଯାଉଥିଲା ଏବଂ ତାଙ୍କ ଘରୁ ଜବତ ହୋଇଥିବା ପାର୍ଥଙ୍କର ସବୁ ଟଙ୍କା ହେଉଛି ସେହି ଲାଞ୍ଚ ଓ କିକ୍‌ବ୍ୟାକ୍‌ ମାଧ୍ୟମରେ ମିଳିଥିବା ଟଙ୍କା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe