ନିର୍ବାଚନ ପ୍ରଚାର ପାଇଁ ଆସିଥିବା ବେଳେ  ଚୋରି ହେଲା ମିଥୁନଙ୍କ ପର୍ସ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ପ୍ରଚାର କରିବା ପାଇଁ ପହଞ୍ଚିଥିବା ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ପର୍ସ ଚୋରି ହୋଇଯାଇଛି। ଚୋରି ହୋଇଯାଇଥିବା ପର୍ସରେ ଥିଲା ଅନେକ ଜରୁରି ଦସ୍ତାବିଜ।

ଅଦ୍ୟତନ ହୋଇଛି
ପନ


ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ପ୍ରଚାର କରିବା ପାଇଁ ପହଞ୍ଚିଥିବା ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ପର୍ସ ଚୋରି ହୋଇଯାଇଛି। ମିଥୁନଙ୍କ ପର୍ସ ଚୋରି ହୋଇଯାଇଥିବା ଘଟଣାକୁ ନେଇ ଏକ ଭିଡିଓ ପୋଷ୍ଟ ହୋଇଛି। ଏହି ଭିଡିଓରେ ମଞ୍ଚ ଉପରେ ମିଥୁନଙ୍କ ପର୍ସ ‌ଚୋରି ହୋଇଯାଇଥିବା ଘଟଣା ସମ୍ପର୍କରେ ସମସ୍ତଙ୍କୁ ପ୍ରଚାର କରି ସୂଚନା ଦିଅ‌ାଯାଉଛି।

ଜଣେ ବ୍ୟକ୍ତି ମଞ୍ଚ ଉପରେ ଛିଡ଼ା ହୋଇ କହୁଛନ୍ତି, ‘ଆପଣମାନଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଯେଉଁ ବ୍ୟକ୍ତି ବି ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ଫୋନ ନେଇଛନ୍ତି ଦୟାକରି ଫେରାଇ ଦିଅନ୍ତୁ।’

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଧନବାଦ ଜିଲ୍ଲା ନିରସା ବିଧାନସଭାରେ ଅନେକ ଷ୍ଟାର ପ୍ରଚାରକ ପହଞ୍ଚିଥିଲେ। ବିଜେପିର ପ୍ରଚାର ପାଇଁ ନୂଆନୂଆ ଷ୍ଟାର ପ୍ରଚାରକ ମଇଦାନକୁ ଓହ୍ଲାଇଥିଲେ। ଧନବାଦର ନିରସା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଅପର୍ଣ୍ଣା ସେନ ଗୁପ୍ତାଙ୍କ ପାଇଁ ବିଜେପି ପକ୍ଷରୁ ଏକ ରାଲି ଅନୁଷ୍ଠିତ ହୋଇଥିଲା । ଏହି ରାଲିରେ ଯୋଗ ଦେଇ ଅପର୍ଣ୍ଣାଙ୍କ ନିମନ୍ତେ ପ୍ରଚାର ପାଇଁ ଆସିଥିଲେ ମିଥୁନ । ଏଠାରେ ଲୋକଙ୍କ ପ୍ରବଳ ଭିଡ଼ ଲାଗିଥିବା ବେଳେ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ନଥିଲା।

ଅଧିକପଢ଼ନ୍ତୁ:ବିଧାୟକମାନଙ୍କ କ୍ଵାର୍ଟର ନିର୍ମାଣ: ଅସନ୍ତୋଷ ପ୍ରକାଶ କଲେ ବାଚସ୍ପତି

ଯାହାର ସୁଯୋଗ ନେଇ ଉକ୍ତ ଜନସଭାରେ ଚୋରି ହେବାର ଘଟଣା ସାମ୍ନାକୁ ଆସିଛି। ଏହି ଚୋରିର ଶିକାର ମିଥୁନ ଚକ୍ରବର୍ତ୍ତୀ ହୋଇଛନ୍ତି। ଜନସଭାରେ ସାମିଲ ହେବାକୁ ଯାଇଥିବା ବେଳେ ତାଙ୍କ ପର୍ସ ଚୋରି ହୋଇଯାଇଥିବା ସେ ଜାଣିବାକୁ ପାଇଥିଲେ। ଏନେଇ ସେ ବିଜେପି ନେତାମାନଙ୍କୁ ସୂଚନା ଦେଇଥିଲେ। ମଞ୍ଚ ଉପରେ ନିଜର ଭାଷଣ ରଖିବା ପରେ ମିଥୁନ ତୁରନ୍ତ ‌ସେଠାରେ ଫେରି ଆସିଥିଲେ। ଚୋରି ହୋଇଯାଇଥିବା ପର୍ସରେ ମିଥୁନଙ୍କ ଅନେକ ଜରୁରୀ ଦସ୍ତାବିଜ ଥିବା ଅଭିନେତା ବିଜେପି ନେତାଙ୍କୁ ସୂଚନା ଦେଇ କହିଥିଲେ।

ଅଧିକପଢ଼ନ୍ତୁ:ନବଜାତ ଶିଶୁକନ୍ୟା ବିକ୍ରି ଚର୍ଚ୍ଚା: ପୁଲିସ୍‌ ସହାୟତାରେ ହେବ ଖୋଳତାଡ଼

ଅଭିନେତାଙ୍କ ପର୍ସ ଚୋରି ହେବା ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଖବର ଲେଖାହେଲା ପର୍ଯ୍ୟନ୍ତ ମିଥୁନଙ୍କ ଚୋରି ହୋଇଯାଇଥିବା ପର୍ସ ସମ୍ପର୍କରେ କୌଣସି ପ୍ରକାର ସୂଚନା ମିଳି ପାରି ନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe