ଆମେ ପରିଶ୍ରା କରି ଡ୍ୟାମ୍ ଖୋଲିଦେବୁ; ବିଲାୱଲଙ୍କୁ ମିଥୁନଙ୍କ ଜବାବ

ପୂର୍ବତନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ଦିବା ନିଦ୍ରାରେ ବିଳିବିଳେଇବା ପରି ମନ୍ତବ୍ୟ ଦେଇଛନ୍ତି। ସେ ଭାରତକୁ ଚେତାବନୀ ଦେଇ ଯୁଦ୍ଧ ଧମକ ଦେଇଛନ୍ତି।

New Project (19)

ନୂଆଦିଲ୍ଲୀ: ପୂର୍ବତନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ଦିବା ନିଦ୍ରାରେ ବିଳିବିଳେଇବା ପରି ମନ୍ତବ୍ୟ ଦେଇଛନ୍ତି। ସେ ଭାରତକୁ ଚେତାବନୀ ଦେଇଛନ୍ତି, ଯଦି ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖେ ଏବଂ ସିନ୍ଧୁ ନଦୀରେ ବନ୍ଧ ନିର୍ମାଣ କରିବାକୁ ଚେଷ୍ଟା କରେ, ତେବେ ପରିସ୍ଥିତି ଗୁରୁତର ହୋଇପାରେ। ଏହା ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିବ ବୋଲି କହି ବୃଥା ଆସ୍ପର୍ଦ୍ଧା ଦେଖାଇଛନ୍ତି।

ତାଙ୍କର ଏଭଳି ଧମକ ଉପରେ ପ୍ରତିକ୍ରିୟା ଦେଇ ଅଭିନେତାରୁ ଭାରତୀୟ ଜନତା ପାର୍ଟିର ନେତା ହୋଇଥିବା ମିଥୁନ ଚକ୍ରବର୍ତ୍ତୀ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ଚେତାବନୀକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଯଦି ଏପରି ବୟାନ ଆସିବା ଜାରି ରହେ ଏବଂ ଆମେ ଆମର ଧର୍ଯ୍ୟ ହରାଉ, ତେବେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଗୋଟିଏ ପରେ ଗୋଟିଏ ନିକ୍ଷେପ କରାଯିବ। ଆମେ ଏପରି ଏକ ବନ୍ଧ ନିର୍ମାଣ କରିବାକୁ ମଧ୍ୟ ଚିନ୍ତା କରିଛୁ ଯେଉଁଠାରେ ୧୪୦ କୋଟି ଲୋକ ପରିସ୍ରା କରିବେ। ଏହା ପରେ ଆମେ ବନ୍ଧ ଖୋଲିବୁ ଏବଂ ସୁନାମି ଆସିବ। ପାକିସ୍ତାନର ଲୋକଙ୍କ ବିରୋଧରେ ମୋ ମନରେ କିଛି ନାହିଁ। ମୁଁ ତାଙ୍କ (ବିଲାୱଲ ଭୁଟ୍ଟୋ) ପାଇଁ ଏସବୁ କହିଛି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe