ଭାରତୀୟ ସିନେମାକୁ ଶିଖରରେ ପହଞ୍ଚାଇବାରେ ମିଥୁନ ଦା’ଙ୍କର ଅବଦାନ ଉଲ୍ଲେଖନୀୟ: ସୂଚନା ଓ ପ୍ରସାରଣ ମନ୍ତ୍ରୀ

Advertisment

୨୦୨୨ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ଖ୍ୟାତିସମ୍ପନ୍ନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପ୍ରଦାନ କରାଯାଇଛି। ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କହିଛନ୍ତି। ମିଥୁନଙ୍କର ଉଲ୍ଲେଖନୀୟ ଚଳଚ୍ଚିତ୍ର ଯାତ୍ରା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି...

Updated On

୨୦୨୨ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ଖ୍ୟାତିସମ୍ପନ୍ନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପ୍ରଦାନ କରାଯାଇଛି। ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କହିଛନ୍ତି। ମିଥୁନଙ୍କର ଉଲ୍ଲେଖନୀୟ ଚଳଚ୍ଚିତ୍ର ଯାତ୍ରା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି...

ଅଦ୍ୟତନ ହୋଇଛି
WhatsApp Image 2024-09-30 at 7.25.11 PM

ନୂଆଦିଲ୍ଲୀ: କିମ୍ବଦନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଅଭିନୟ କ୍ଷେତ୍ରରେ ଜୀବନବ୍ୟାପୀ ସଫଳତା ଲାଗି ୨୦୨୨ ବର୍ଷ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ମିଳିଛି। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି । 

୮ ଅକ୍ଟୋବର ୨୦୨୪ ମଙ୍ଗଳବାର ଦିନ ଅନୁଷ୍ଠିତ ହେବାକୁ ଥିବା ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ।

କେନ୍ଦ୍ର ମନ୍ତ୍ରୀ ଚଳଚ୍ଚିତ୍ର ଉଦ୍ୟୋଗର ଅନ୍ୟତମ ଲୋକପ୍ରିୟ ତଥା ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଏହି ଅଭିନେତାଙ୍କୁ ସମ୍ମାନିତ କରିବାରେ ଅତୁଳନୀୟ ଆନନ୍ଦ ଏବଂ ଗର୍ବ ଅନୁଭବ କରୁଥିବା ଘୋଷଣା ସମୟରେ କହିଥିଲେ। 

ମିଥୁନ ଚକ୍ରବର୍ତ୍ତୀ, ମିଥୁନ ଦା’ ନାମରେ ବେଶ୍ ଜଣାଶୁଣା। ସେ ଜଣେ ପ୍ରତିଷ୍ଠିତ ଭାରତୀୟ ଅଭିନେତା, ନିର୍ମାତା ଏବଂ ରାଜନେତା, ତାଙ୍କର ବହୁମୁଖୀ ଭୂମିକା ଏବଂ ଭିନ୍ନ ନୃତ୍ୟ ଶୈଳୀ ପାଇଁ ବେଶ୍ ଲୋକପ୍ରିୟ । ସେ ତାଙ୍କ ଚଳଚ୍ଚିତ୍ରରେ ବିଭିନ୍ନ ପ୍ରକାରର ଭୂମିକା ଗ୍ରହଣ କରିଛନ୍ତି। ଯେଉଁଥିରେ ଆକ୍ସନରେ ଭରପୂର ଚରିତ୍ର ସହ ଚିତ୍ତାକର୍ଷକ ନାଟକୀୟ ଭୂମିକା ମଧ୍ୟ ରହିଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜଣେ ଯୁବକର ସାଧାରଣ ପ୍ରାରମ୍ଭରୁ ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତାରେ ପରିଣତ ହେବାରେ ମିଥୁନ ଚକ୍ରବର୍ତ୍ତୀଙ୍କର ଯାତ୍ରା, ତାଙ୍କର ଆଶା ଏବଂ ଦୃଢ଼ ଇଚ୍ଛାଶକ୍ତିକୁ ପ୍ରତିପାଦିତ କରୁଛି।, ଯାହା ପ୍ରମାଣିତ କରୁଛି ଉତ୍ସାହ ଓ ନିଷ୍ଠା ଦ୍ୱାରା ଜଣେ ଉଚ୍ଚଭିଳାଷୀ ସ୍ୱପ୍ନ ମଧ୍ୟ ସାକାର କରିପାରିବେ । ତାଙ୍କର ନିଷ୍ଠା ଏବଂ ପରିଶ୍ରମ ତାଙ୍କୁ ଆଶାବାଦୀ ତଥା ପ୍ରତିଭାଶାଳୀ ଅଭିନେତା ଏବଂ କଳାକାରମାନଙ୍କ ପାଇଁ ଏକ ଆଦର୍ଶରେ ପରିଣତ କରିପାରିଛି ।

ପଶ୍ଚିମବଙ୍ଗର କୋଲକାତାରେ ୧୬ ଜୁନ୍ ୧୯୫୦ରେ ଜନ୍ମ ହୋଇଥିବା ଗୌରାଙ୍ଗ ଚକ୍ରବର୍ତ୍ତୀ, ୧୯୭୬  ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ମୃଗୟା’ରେ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ଚଳଚ୍ଚ୍ରିତ ପୁରସ୍କାର ହାସଲ କରିଥିଲେ । ଏହିଠାରୁ ପ୍ରତିଷ୍ଠିତ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫ୍ଟିଆଇଆଇ)ର ଜଣେ ପୂର୍ବତନ ଛାତ୍ର ଭାବେ ମିଥୁନ ଚକ୍ରବର୍ତ୍ତୀ ତାଙ୍କ କଳାକୁ ଅଧିକ ସମ୍ମାନ ଜଣାଇବା ସହ ସିନେମା ଉଦ୍ୟୋଗରେ ତାଙ୍କର ଉଜ୍ଜ୍ୱଳମୟ କ୍ୟାରିଅର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ମୃଣାଳ ସେନଙ୍କ ଚଳଚ୍ଚିତ୍ରରେ ଜଣେ ସାନ୍ତାଳ ବିଦ୍ରୋହୀର ଭୂମିକା ତାଙ୍କ ପାଇଁ ଜାତୀୟସ୍ତରରେ ପ୍ରଶଂସା ଆଣିଦେଇଥିଲା । ୧୯୮୦ ଦଶକରେ ମିଥୁନ୍ “ଡିସ୍କୋ ଡାନ୍ସର” (୧୯୮୨)ରେ ତାଙ୍କର ଭୂମିକା ପାଇଁ ଆଶାତୀତ ଲୋକପ୍ରିୟତା ହାସଲ କରିଥିଲେ।  ଏହି ଚଳଚ୍ଚିତ୍ର ଉଭୟ ଭାରତ ଏବଂ ଅନ୍ତର୍ଜାତୀୟସ୍ତରରେ ସଫଳତା ହାସଲ କରିବା ସହ ତାଙ୍କୁ ନୃତ୍ୟରେ ପାରଙ୍ଗମ ଜଣେ ଦକ୍ଷ ଅଭିନେତା ଭାବରେ ପରିଚିତ କରାଇଥିଲା । ଡିସ୍କୋ ଡାନ୍ସରରେ ନିଜର ଐତିହାସିକ ଭୂମିକା ପାଇଁ ତାଙ୍କ ନାମ ଘରେ ଘରେ ବେଶ୍ ଜଣାଶୁଣା ପାଲଟିଯାଇଥିଲା । ଏହା ଏପରି ଏକ ଚଳଚ୍ଚିତ୍ର ଥିଲା, ଯାହା କେବଳ ତାଙ୍କର ଅତୁଳନୀୟ ନୃତ୍ୟ ଦକ୍ଷତା ପ୍ରଦର୍ଶନ କରି ନ ଥିଲା ବରଂ ଭାରତୀୟ ସିନେମାରେ ଡିସ୍କୋ ସଙ୍ଗୀତକୁ ମଧ୍ୟ ଲୋକପ୍ରିୟ କରିଥିଲା। ଅଗ୍ନିପଥରେ ତାଙ୍କର ପ୍ରଦର୍ଶନ ତାଙ୍କୁ ୧୯୯୦ରେ ଶ୍ରେଷ୍ଠ ସହାୟକ ଅଭିନେତା ଭାବରେ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପ୍ରଦାନ କରିଥିଲା ।

ପରେ, ତାହାଦେର୍ କଥା (୧୯୯୨) ଏବଂ ସ୍ୱାମୀ ବିବେକାନନ୍ଦ (୧୯୯୮)ରେ ତାଙ୍କର ଭୂମିକା ପାଇଁ ସେ ଆଉ ଦୁଇଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ମିଥୁନ ତାଙ୍କର ବିସ୍ତୃତ କ୍ୟାରିଅରରେ ହିନ୍ଦୀ, ବଙ୍ଗଳା, ଓଡିଆ, ଭୋଜପୁରୀ ଏବଂ ତେଲୁଗୁ ସମେତ ବିଭିନ୍ନ ଭାରତୀୟ ଭାଷାରେ ୩୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ଆକ୍ସନଠାରୁ ଆରମ୍ଭ କରି ଡ୍ରାମା ଏବଂ କମେଡି ପର୍ଯ୍ୟନ୍ତ ବିଭିନ୍ନ ପ୍ରଦର୍ଶନ ପାଇଁ ଜଣାଶୁଣା ଏବଂ ଶ୍ରେଷ୍ଠ ଅଭିନେତା ପାଇଁ ୩ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମେତ ଅନେକ ପୁରସ୍କାର ଜିତିଛନ୍ତି ।

କେନ୍ଦ୍ରମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ମିଥୁନ ଦା’ କେବଳ ତାଙ୍କର ଅଭିନୟ ଉପଲବ୍ଧି ପାଇଁ ନୁହେଁ ବରଂ ସାମାଜିକ କାର୍ଯ୍ୟ ପ୍ରତି ତାଙ୍କର ଉତ୍ସର୍ଗୀକୃତ ଉଦ୍ୟମ ଯୋଗୁ ମଧ୍ୟ ବେଶ୍ ଲୋକାପ୍ରିୟ। ସେ ଶିକ୍ଷା, ସ୍ୱାସ୍ଥ୍ୟସେବା ତଥା ବଞ୍ଚିତ ସମ୍ପ୍ରଦାୟକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟରେ ସକ୍ରିୟ ଭାବରେ ଜଡିତ ଅଛନ୍ତି। ଯାହା ସମାଜକୁ ପ୍ରତିଦାନରେ କିଛି ପ୍ରଦାନ କରିବା ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ଜନସେବା ତଥା ଶାସନ ପ୍ରତି ତାଙ୍କର ପ୍ରତିବଦ୍ଧତା ପ୍ରଦର୍ଶନ କରି ସେ ସଂସଦର ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ପ୍ରାୟ ପାଞ୍ଚ ଦଶନ୍ଧିର କ୍ୟାରିୟର୍ରେ ଭାରତୀୟ ସିନେମାରେ ମିଥୁନ ଚକ୍ରବର୍ତ୍ତୀ ତାଙ୍କର ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ଅନେକ ପୁରସ୍କାର ଏବଂ ପ୍ରଶଂସା ପାଇଛନ୍ତି । ଭାରତୀୟ ସିନେମାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ନିକଟରେ ସମ୍ମାନଜନକ ପଦ୍ମ ଭୂଷଣ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା । 

‘ଡିସ୍କୋ ଡାନ୍ସର’ ଏବଂ ‘ଘର୍ ଏକ ମନ୍ଦିର’ ପରି କ୍ଲାସିକ୍ ଚଳଚ୍ଚିତ୍ର ଦ୍ବାରା ସେ କେବଳ ଲକ୍ଷ ଲକ୍ଷ ଲୋକଙ୍କର ମନୋରଞ୍ଜନ କରିନାହାନ୍ତି ବରଂ ବଲିଉଡ୍ ଏବଂ ଆଞ୍ଚଳିକ ସିନେମାରସ୍ତରକୁ ଉନ୍ନତ କରିଛନ୍ତି । ତାଙ୍କର ପ୍ରଭାବ ସିଲଭର୍ ସ୍କ୍ରିନରୁ ବି ଅଧିକ ବିସ୍ତାରିତ ହୋଇଛି, କାରଣ ସେ ଚଳଚ୍ଚିତ୍ର ଏବଂ ପରୋପକାରରେ ନିଜର କାମ ମାଧ୍ୟମରେ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଉଛନ୍ତି ।

Captureaaa

ସମ୍ମାନଜନକ ଦାଦାସାହେବ ଫାଲକେ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ୍ ଆୱାର୍ଡ କେବଳ ମିଥୁନ ଚକ୍ରବର୍ତ୍ତୀଙ୍କ କଳା ପ୍ରବୃତ୍ତିକୁ ମାନ୍ୟତା ଦେଉନାହିଁ ବରଂ ଅନେକଙ୍କ ଜୀବନରେ ପରିବର୍ତ୍ତନ ଆଣିଥିବା ଜଣେ ଦୟାଳୁ ତଥା ଉତ୍ସର୍ଗୀକୃତ ବ୍ୟକ୍ତି ଭାବରେ ତାଙ୍କୁ ମଧ୍ୟ  ସ୍ୱୀକୃତି ପ୍ରଦାନ କରୁଛି  ବୋଲି ସୂଚନା ପ୍ରସାରଣ ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଦାଦାସାହେବ ଫାଲକେ ପୁରସ୍କାର ଚୟନ କମିଟିରେ ସୁଶ୍ରୀ ଆଶା ପାରେଖ, ସୁଶ୍ରୀ ଖୁସବୁ ସୁନ୍ଦର ଏବଂ ବିପୁଲ ଅମୃତଲାଲ ଶାହା ବିଚାରକ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe