ମଣ୍ଡି, ଏମ୍‌ଏସ୍‌ପି ନେଇ ପାୱାର ବିଭ୍ରାନ୍ତ କରୁଛନ୍ତି: ତୋମର୍‌

Advertisment
ମଣ୍ଡି, ଏମ୍‌ଏସ୍‌ପି ନେଇ  ପାୱାର ବିଭ୍ରାନ୍ତ କରୁଛନ୍ତି: ତୋମର୍‌

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ସମର୍ଥନ କରି ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ତଥା ଏନ୍‌ସିପି ସୁପ୍ରିମୋ ଶରଦ୍‌ ପାୱାର ତୁହାକୁ ତୁହା ଟ୍ବିଟ୍‌ କରୁଥିବା ବେଳେ ଆଜି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ପାୱାରଙ୍କୁ ଜବାବ ଦେଇ କେତେକ ତଥ୍ୟ ଉପସ୍ଥାପନ କରିଛନ୍ତି। ପାୱାର ତାଙ୍କର ଅଜ୍ଞାନତା ଯୋଗୁଁ କେବଳ ବିଭ୍ରାନ୍ତି ସୃଷ୍ଟି କରିବା ଲକ୍ଷ୍ୟରେ ଅଛନ୍ତି ଏବଂ ଦେଶର କୃଷି କ୍ଷେତ୍ରରେ ଆବଶ୍ୟକ ହେଉଥିବା ସଂସ୍କାର ପ୍ରକ୍ରିୟାକୁ ଗୌଣ କରିବାକୁ ପ୍ରୟାସ କରିଛନ୍ତି। ଚାଷୀଙ୍କୁ ଭୁଲ୍‌ ତଥ୍ୟ ‌ଦେଇ ସେ ଅଧିକ ଦିନ ଠକି ପାରିବେ ନାହିଁ ବୋଲି ତୋମର୍‌ କହିଛନ୍ତି।

ଦୀର୍ଘ ୧୦ ବର୍ଷ ଧରି ମନମୋହନ ସିଂହଙ୍କ ସରକାରରେ କୃଷିମନ୍ତ୍ରୀ ଥିବା ପାୱାର ଚାଷୀଙ୍କ କଲ୍ୟାଣ ଅପେକ୍ଷା ସୀମିତ ରାଜନୈତିକ ସ୍ବାର୍ଥ ପାଇଁ ହିଁ ବିଭ୍ରାନ୍ତି ବଢ଼ାଉଛନ୍ତି ବୋଲି ସେ କହିଛନ୍ତି। ଚାଷୀଙ୍କ ପାଇଁ ମଣ୍ଡି ବ୍ୟବସ୍ଥାରେ ଯେଉଁ ସଂସ୍କାର ହୋଇଛି ଏବଂ ଏମ୍‌ଏସ୍‌ପିରେ ଯେଉଁ ବଡ଼ ପରିବର୍ତ୍ତନ ହୋଇଛି ସେ ବାବଦରେ ଭୁଲ୍‌ ତଥ୍ୟ ଦେଇ ପାୱାର ନିଜ ଅଜ୍ଞାନତାର ପରିଚୟ ଦେଇଛନ୍ତି ବୋଲି କୃଷିମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe