ଏଣିକି ଇଚ୍ଛା ମୁତାବକ ପରିମାଣ‌ର ତେଲ ଭରି ପାରିବେ ନାହିଁ ଗାଡ଼ିରେ ! ସୀମା ଧାର୍ଯ୍ୟ କଲେ ସରକାର, ଜାଣନ୍ତୁ କେଉଁଠି

Advertisment
ଏଣିକି ଇଚ୍ଛା ମୁତାବକ ପରିମାଣ‌ର ତେଲ ଭରି ପାରିବେ ନାହିଁ ଗାଡ଼ିରେ !  ସୀମା ଧାର୍ଯ୍ୟ କଲେ ସରକାର, ଜାଣନ୍ତୁ କେଉଁଠି

ମୁମ୍ବାଇ: କରୋନା ସଂକଟ କାଳରେ ଏଣିକି ଗାଡିରେ ନିଜ ଇଚ୍ଛା ମୁତାବକ ତେଲ୍‌ ଭରିପାରିବେ ନାହିଁ ବୋଲି ସରକାର ବଡ ନିଷ୍ପତି ନେଇଛନ୍ତି। ସରକାର ବାଇକ ହେଉ ଅବା ସ୍କୁଟର, କାର ହେଉ କିମ୍ବା ବସ୍‌ ତେଲ ଟାଙ୍କିରେ ଏଣିକି ଗାଡି ଚାଳକ କେତେ ଇନ୍ଧନ ଭରିବେ ତାର ଏକ ନିର୍ଦ୍ଦିଷ୍ଟ ସୀମା ଧାର୍ଯ୍ୟ କରିଛନ୍ତି। ତେବେ ଦୁଇ ଚକିଆ ଯାନ ପାଇଁ ୫ ଲିଟର ଏବଂ କାର ପାଇଁ ସର୍ବାଧିକ ୧୦ ଲିଟର ତେଲ ଭରିବା ନେଇ ସୀମା ସ୍ଥିର କରାଯାଇଛି।

ସୂଚନାଯୋଗ୍ୟ, ପେଟ୍ରୋଲ ପମ୍ପରେ ତେଲ ଭରିବା ସମୟରେ ଏବେ ଚାଳକଙ୍କୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ପରିମାଣର ତେଲ ହିଁ ପକାଇବାକୁ ପଡିବ । ତେବେ କରୋନା କଟକଣାକୁ ନଜରରେ ରଖି ଏଭଳି ଏକ କଠୋର ନିଷ୍ପତି ଲାଗୁ କରିଛନ୍ତି ମିଜୋରାମ ସରକାର।

ଏନେଇ ମିଜୋରାମ ସରକାରଙ୍କ ତରଫରୁ ମଙ୍ଗଳବାର ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଜଣେ ସ୍କୁଟି ଚାଳକ ନିଜ ଗାଡିରେ ସର୍ବାଧିକ ୩ଲିଟର, ବାଇକ ପାଇଁ ୫ ଲିଟର, କାରରେ ସର୍ବାଧିକ ୧୦ ଲିଟର ଏବଂ ବସରେ ସର୍ବାଧିକ ୧୦୦ ଲିଟର ପର୍ଯ୍ୟନ୍ତ ପେଟ୍ରୋଲ-ଡିଜେଲ ଭରିପାରିବେ । ତେବେ ମାଲ ପରିବହନ ଗାଡିଗୁଡିକୁ ଏହି କଟକଣାରୁ ବାଦ୍‌ ଦିଆଯାଇଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, କରୋନା ମହାମାରୀ କାରଣରୁ ମିଜୋରାମର ଅନେକ ସ୍ଥାନରେ ଲକଡାଉନ କଟକଣା ଜାରି କରାଯାଇଛି । ଯାହା ଦ୍ୱାରା ରାଜ୍ୟରେ ଥିବା ସବୁ ପେଟ୍ରୋଲ ପମ୍ପମାନଙ୍କରେ ଇନ୍ଧନ ଠିକ୍‌ ଭାବରେ ପହଞ୍ଚିପାରୁ ନାହିଁ । ଫଳରେ ମିଜୋରାମରେ ବର୍ତ୍ତମାନ ତୈଳର ଘୋର ସଂକଟ ଦେଖାଦେଇଛି ।

ତେଣୁ କୋଭିଡ କଟକଣା ଭିତରେ ପେଟ୍ରୋଲ-ଡିଜେଲର ଅଭାବୀ ଯେଭଳି ଆଗକୁ ଆହୁରି ସଙ୍ଗୀନ ନହେବ ସେଥିପାଇଁ ଏହାର ବିକ୍ରି ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ସେପଟେ ତେଲକୁ ନେଇ କଟକଣା ଜାରି ହେବା ପରେ ମିଜୋରାମରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପମାନଙ୍କରେ ଏବେ ଲୋକଙ୍କର ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe