The Sentinel Assam
ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା କରୋନା ମହାମାରୀ ପାଇଁ ଅନେକ ଲୋକ ବେରୋଜଗାର ହୋଇଛନ୍ତି । ନିଜ ପରିବାର ପାଇଁ ରାସନ ଖର୍ଚ୍ଚ ଉଠାଇବା ବି କଷ୍ଟକର ହୋଇପଡିଛି । ଏସବୁ ଅସୁବିଧାକୁ ନଜର କରି ମିଜୋରାମ କ୍ରୀଡାମନ୍ତ୍ରୀ ରବର୍ଟ ରାୟତେ ଓ ପୂର୍ବତନ ମନ୍ତ୍ରୀ ବୁଲ୍ଲୁଆଇୟା ନିଜ ନିଜ ଅଞ୍ଚଳର ଗରିବ ଲୋକଙ୍କ ରାସନ ଖର୍ଚ୍ଚ ବହନ କରୁଛନ୍ତି ।
୨୦୧୮ ବିଧାନସଭା ନିର୍ବାଚନରେ ଆଇଜଲ ପୂର୍ବ ଦ୍ୱିତୀୟ ନିର୍ବାଚନୀ କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାୟତେ । ସେ ଘୋଷଣା କରିଛନ୍ତି କି ଆଗାମୀ ୮ ମାସ ଯାଏଁ ସେ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ଗରିବ ଲୋକମାନଙ୍କର ରାସନ ଖର୍ଚ୍ଚ ବହନ କରିବେ । ସରକାରୀ ଅର୍ଥ ନୁହେଁ ବରଂ ନିଜ ଅର୍ଥରେ ସେ ଏହି ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି ।
The Sentinel Assamକ୍ରୀଡାମନ୍ତ୍ରୀ ରାୟତେ ମେ' ମାସରେ ନିଜ ନିର୍ବାଚନ ମଣ୍ଡଳୀରେ ୧୧.୦୮୭ ଜଣଙ୍କ ରାସନ ଖର୍ଚ୍ଚ ବହନ କରିଛନ୍ତି । ସୂଚନା ଥାଉକି ମିଜୋରାମର ରାଇଜୋଲ ପୂର୍ବ ଦ୍ୱିତୀୟ ନିର୍ବାଚନ ମଣ୍ଡଳୀ କରୋନା ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଛି। ଅନ୍ୟପଟେ ଆଇଜୋଲ ଫୁଟବଲ କ୍ଲବର ମାଲିକ ରାୟତେ କହିଛନ୍ତି କି, ସେ ୨୦୧୮ ରେ ବିଧାନସଭାକୁ ନିର୍ବାଚିତ ହେବା ପରେ ତାଙ୍କର ମାସିକ ଦରମାକୁ ସେ ଗରୀବ ଲୋକଙ୍କ ପାଇଁ ସଂଚୟ କରି ରଖିଛନ୍ତି । ସେହିପରି ମିଜୋରାମର ପୂର୍ବତନ ଆଇନମନ୍ତ୍ରୀ ତଥା ବରିଷ୍ଠ ପତ୍ରକାର ବୁଲ୍ଲଆଇୟା ବି ଆଇଜୋଲର ଦାବ୍ରପୁଇ, ବେଙ୍ଗଟର ଅଞ୍ଚଳରେ ୫୦୦ ରୁ ଅଧିକ ଗରିବ ପରିବାରର ରାସନ ଖର୍ଚ୍ଚ ବହନ କରୁଛନ୍ତି ।
ଉଲ୍ଲେଖଯୋଗ୍ୟ, ମିଜୋରାମରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨.୬୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଗତ ୨୪ ଘଣ୍ଟାରେ ୨୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି ।
Follow Us