ଷ୍ଟାଲିନଙ୍କ ପୁଅ ଉଦୟନିଧି ପ୍ରଥମ ନିର୍ବାଚନ ପାଇଁ ଦାଖଲ କଲେ ସତ୍ୟପାଠ; ୨୭ କୋଟି ସମ୍ପତ୍ତି ସହ ରହିଛି ୨୨ ଏଫ୍‌ଆଇଆର

ଷ୍ଟାଲିନଙ୍କ ପୁଅ ଉଦୟନିଧି ପ୍ରଥମ ନିର୍ବାଚନ ପାଇଁ ଦାଖଲ କଲେ ସତ୍ୟପାଠ; ୨୭ କୋଟି ସମ୍ପତ୍ତି ସହ ରହିଛି ୨୨ ଏଫ୍‌ଆଇଆର

NewsMinute

ଚେନ୍ନାଇ: ଡିଏମକେ ଯୁବ ସଚିବ ତଥା ଦଳର ମୁଖ୍ୟ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ତାଙ୍କ ଜୀବନର ପ୍ରଥମ ନିର୍ବାଚନ ଲଢ଼ିବା ପାଇଁ ସୋମବାର ନାମାଙ୍କନପତ୍ର ଦାଖଲ କରଛନ୍ତି। ନମାଙ୍କନ ପତ୍ର ସହ ଦାଖଲ କରିଥିବା ସତ୍ୟପାଠରେ ସେ ଦର୍ଶାଇଛନ୍ତି ଯେ ତାଙ୍କର ୨୧.୧୩ କୋଟିର ଚଳନ୍ତି ସମ୍ପତ୍ତି ରହିଛି। ଏହାବାଦ ତାଙ୍କ ନିକଟରେ ରହିଥିବା ଅସ୍ଥାବର ସମ୍ପତ୍ତିର ମୂଲ୍ୟ ହେଉଛି ୬.୫୪ କୋଟି। ଉଦୟନିଧିଙ୍କ ନାମରେ ମଧ୍ୟ ୨୨ଟି ଅପରାଧିକ ମାମଲା ରହିଥିବା ସତ୍ୟପାଠରେ ଉଲ୍ଲେଖ ରହିଛି।

ଚେପାକ୍‌- ଥିରୁଭାଲିକେନି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଉଦୟନିଧିଙ୍କ ପତ୍ନୀ କ୍ରିଥିକାଙ୍କର ସମ୍ପତ୍ତିର ମୂଲ୍ୟ ୧.୧୫ କୋଟି ଟଙ୍କା। ଉଦୟନିଧି ୨୨ଟି ଅପରାଧିକ ମାମଲା ମଧ୍ୟ ରହିଛି। ଉଦୟାନିଧି ଜଣେ ଅଭିନେତା ଭାବରେ ତାଙ୍କର ଜୀବନ ଆରମ୍ଭ କରିଥିଲେ ପରେ ତାଙ୍କୁ ଦଳର ଯୁବ ୱିଙ୍ଗର ସଚିବ ଭାବରେ ନିଯୁକ୍ତ କରାଯାଇଥିଲା।

ନାମାଙ୍କନପତ୍ର ଦାଖଲ କରିବା ପରେ ଉଦୟନିଧି ଗଣମାଧ୍ୟମକୁ କହିଛନ୍ତି ଯେ ସେ ଚେପାକ୍‌- ଥିରୁଭାଲିକେନି ନିର୍ବାଚନମଣ୍ଡଳୀରେ ନିର୍ବାଚନକୁ ନେଇ ଚିନ୍ତିତ ନୁହଁନ୍ତି। କାରଣ ସେ ଏଠାରୁ ନିଶଚିତ ବିଜୟ ହାସଲ କରିବେ। ରାଜନୀତିରେ ବଂଶବାଦ ଅଭିଯୋଗକୁ ଖଣ୍ଡନ କରି ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ବଂଶର ହୋଇଥିବାରୁ ସେ ଗର୍ବିତ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe