(Photo Credits: ANI)
ଚଣ୍ଡିଗଡ଼: ହରିଆଣାରେ ଭାରତୀୟ ଜନତା ପାର୍ଟି (ବିଜେପି) ଓ ଜନନାୟକ ଜନତା ପାର୍ଟି (ଜେଜେପି) ମେଣ୍ଟ ସରକାର ଗଢ଼ିବାର ୪୮ ଘଣ୍ଟା ମଧ୍ୟରେ ରବିବାର ମୁୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମନୋହର ଲାଲ ଖଟ୍ଟର। ହରିଆଣାର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କ ଉପସ୍ଥିତରେ ଶପଥ ଗ୍ରହଣ କରିଛନ୍ତି ଖଟ୍ଟର। ତେବେ, ଏହି ଶପଥ ପାଠ ଉତ୍ସବରେ ଜେଜେପି ଦଳର ଦୁଶ୍ୟନ୍ତ ଚୌତାଲା ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ବିଜେପିର ବରିଷ୍ଠ ନେତା ତଥା କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଉପସ୍ଥିତ ଥିଲେ।
ମନୋହର ଲାଲ ଖଟ୍ଟର ରାଜଭବନରେ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି। ଖଟ୍ଟର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ଭେଟି ବିଜେପି-ଜେଜେପି ମେଣ୍ଟ ସରକାର ପାଇଁ ଦାବି କରିଥିଲେ। ସେହି ସମୟରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ବିଜେପିର ହରିଆଣା ମୁଖ୍ୟ ସୁଭାଷ ବରାଳ ମଧ୍ୟ ଉପସ୍ଥିତ ଥିଲେ।
Follow Us