ରାହୁଲ ଗାନ୍ଧୀଙ୍କୁ ନୁହେଁ, ଏହି ବିଧାୟକଙ୍କୁ ବିବାହ କରିବେ କଂଗ୍ରେସ ବିଧାୟିକା ଅଦିତି

ରାହୁଲ ଗାନ୍ଧୀଙ୍କୁ ନୁହେଁ, ଏହି ବିଧାୟକଙ୍କୁ ବିବାହ କରିବେ କଂଗ୍ରେସ ବିଧାୟିକା ଅଦିତି

image source--ndtv

ନୂଆଦିଲ୍ଲୀ: କିଛି ମାସ ତଳେ ଚର୍ଚ୍ଚା ହେଉଥିଲା ଯେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ସହ ରାୟବରେଲି ସଦର ବିଧାୟିକା ଅଦିତି ସିଂହଙ୍କର ବିବାହ ହେବେ। ଏହି ଖବର ସୋସିଆଲ ମିଡିଆରେ ଅଧିକ ଉଷ୍ମତା ଖେଳାଇ ଦେଇଥିଲା। ମାତ୍ର ପରେ ଅଦିତିଙ୍କ ପରିବାର ଏହାକୁ ଖଣ୍ଡନ କରିଥିଲେ। ହେଲେ ଏହାପରେ ଅଦିତି ଚର୍ଚ୍ଚାକୁ ଆସିଥିଲେ।

अदिति और अंगद कांग्रेस से विधायक हैं। दोनाें की 21 नवंबर को शादी है। image source-bhaskar.com

ଏବେ ଖବର ମିଳିଛି ଯେ ଉତ୍ତର ପ୍ରଦେଶର ରାୟବରେଲି ସଦରର କଂଗ୍ରେସ ବିଧାୟିକା ଅଦିତି ପଞ୍ଜାବର କଂଗ୍ରେସ ବିଧାୟକ ଅଙ୍ଗଦ ସୈନିଙ୍କୁ ବାହା ହେବେ । ଏହି ବାହାଘର ଆସନ୍ତା ୨୧ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ବାହାଘର ଅଦିତିଙ୍କ ବାପା ତଥା ପୂର୍ବତନ ବିଧାୟକ ସ୍ବର୍ଗତଃ ଅଖିଳେଶ ସିଂହ ସ୍ଥିର କରିଥିଲେ। ତେବେ ସେମାନଙ୍କ ରିସେପସନ ପାର୍ଟି ଚଣ୍ଡିଗଡରେ ୨୩ ତାରିଖରେ ହେବ ବୋଲି ଜଣାଯାଇଛି। ଉଲ୍ଲେଖନୀୟ ତଥ୍ୟ ହେଉଛି ଅଙ୍ଗଦ ଏବଂ ଅଦିତି ଦୁହେଁ ୨୦୧୭ରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।ଏହି ବାହାଘରରେ ରାହୁଲ ଗାନ୍ଧୀ ଯୋଗ ଦେବେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe