ହୋଟେଲରେ 'ଅନ୍ତାକ୍ଷରୀ' ଖେଳି ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଜଣାଇଲେ ଏକାଧିକ ବିଧାୟକ

ହୋଟେଲରେ 'ଅନ୍ତାକ୍ଷରୀ' ଖେଳି ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଜଣାଇଲେ ଏକାଧିକ ବିଧାୟକ

photo-times now hindi

ଜୟପୁର: ହୋଟେଲରେ 'ଅନ୍ତାକ୍ଷରୀ' ଖେଳି ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଜଣାଇଲେ ଏକାଧିକ ବିଧାୟକ | ରାଜସ୍ଥାନରେ କିଛି କଂଗ୍ରେସ ବିଧାୟକ ଏଭଳି କରୁଥିବାର ଦେଖିବାକୁ ମିଳିଛି | ରାଜସ୍ଥାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ରିସୋର୍ଟରେ ସମୟ ବିତାଉଥିବା କଂଗ୍ରେସ ବିଧାୟକମାନେ ଆଜିକାଲି 'ଅନ୍ତାକ୍ଷରୀ' ଖେଳୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି |

ଏହି ସବୁ ବିଧାୟକମାନେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସମର୍ଥିତ ବିଧାୟକ ହୋଇଥିବାବେଳେ ସେମାନେ ରାଜନୈତିକ ବିରୋଧୀଙ୍କୁ ମଧ୍ୟ ଏକ ବାର୍ତ୍ତା ପଠାଇଛନ୍ତି | 'ଅନ୍ତାକ୍ଷରୀ'ରେ ସେମାନେ ଗାଇଛନ୍ତି ଯେ ସେମାନେ ନିଶ୍ଚିତ ଭାବରେ ସେମାନଙ୍କ କାର୍ଯ୍ୟରେ ସଫଳ ହେବେ।


ଜୟପୁରର ଫେୟାରମାଉଣ୍ଟ ହୋଟେଲରେ ରହୁଥିବା ବିଧାୟକଙ୍କର ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ସେମାନେ ଏକାଠି ହୋଇ 'ହମ୍ ହୋଂଗେ କାମୟାବ' ବା 'ଆମେ ସଫଳ ହେବା' ଗୀତ ଗାଇଥିବାର ନଜର ଆସିଛନ୍ତି। ତେବେ ଏହି ବିଧାୟକମାନେ ବିନା ମାସ୍କରେ ଏସବୁ ପ୍ରତିଯୋଗିତାରେ ଭାଗ ନେଉଥିବାବେଳେ ସାମାଜିକ ଦୂରତାକୁ ଫୁ କରି ଉଡାଇଦେଇଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe