ଜମ୍ମୁ କଶ୍ମୀର ବିଧାନସଭାରେ ପୁଣି ହାଇଡ୍ରାମା: ୱାକଫ୍ ଆଇନକୁ ନେଇ ଝଡ଼, ହାତାହାତି ବିଧାୟକ

mla clash

Photograph: (Sambad.in)

ଶ୍ରୀନଗର: ବିଧାନସଭାରେ ହାଇଡ୍ରାମା । ଆଜି କି କାଲି ନୁହେଁ ଲଗାତାର ୩ ଦିନ ଧରି ଚାଲିଛି ଏହି ଡ୍ରାମା । ଆଉ ଆଜି ଦେଖିବାକୁ ମିଳିଛି ନୂଆ ପାଲା । ବିଧାନସଭାରେ ବିଧାୟକମାନଙ୍କ ଭିତରେ ହୋଇଛି ଠେଲାପେଲା । ୱାକଫ୍ ଆଇନକୁ ନେଇ ଜମ୍ମୁ କାଶ୍ମୀର ବିଧାନସଭା ପରିସରରେ ସଦସ୍ୟଙ୍କ ଭିତରେ ହାତାହାତି ପରିସ୍ଥିତି ବି ସୃଷ୍ଟି ହୋଇଛି । ଯାହକୁ ରୋକିବାକୁ ଚେଷ୍ଟା କରିଛନ୍ତି ସୁରକ୍ଷାକର୍ମୀ ।

ତେବେ ୱାକଫ୍ ଆଇନ ଉପରେ ଗୃହରେ ଆଲୋଚନା ଦାବି କରି ଜେକେଏନସିର ବିଧାୟକ ଏବଂ ଏନସି ବିଧାୟକମାନେ ଗୃହରେ ହଟ୍ଟଗୋଳ କରିଥିଲେ । ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଗୃହକୁ ଅପରାହ୍ନ ୧ଟା ଯାଏଁ ମୁଲତବୀ ରଖାଯାଇଛି ।

ଦୁଇ ଦିନ ତଳେ ନ୍ୟାସନାଲ କନଫରେନ୍ସ ନେତା ତନବୀର ସାଦିକ ୱାକଫ ବିଲ୍ ଉପରେ ମୁଲତବୀ ପ୍ରସ୍ତାବକୁ ମଞ୍ଜୁରୀ ଦେବାକୁ ଦାବି କରିଥିବା ବେଳେ ବିଜେପି ବିଧାୟକମାନେ ଏହାକୁ ବିରୋଧ କରିଥିଲେ ଯାହା ପରେ ବିଧାନସଭାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଉଭୟ ଦଳର ସଦସ୍ୟ ଗୃହରେ ନାରାବାଜୀ ଲଗାଇବା ପରେ ନ୍ୟାସନାଲ କନଫରେନ୍ସ ବିଧାୟକ ହିଲାଲ ଲୋନ ଏବଂ ସଲମାନ ସାଗର ୱାକଫ ବିଲର କପିକୁ ଚିରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe