ମିଜୋରାମରେ ସରକାର ଗଢ଼ିବ ମିଜୋ ନ୍ୟାସନାଲ ଫ୍ରଣ୍ଟ

Advertisment
ମିଜୋରାମରେ ସରକାର ଗଢ଼ିବ ମିଜୋ ନ୍ୟାସନାଲ ଫ୍ରଣ୍ଟ

ଆଇଜଲ୍: ୨୦୧୮ ବିଧାନସଭାରେ ମିଜୋରାମରେ ମତଦାତାମାନେ ବିଜେପି ଓ କଂଗ୍ରେସ ପରି ଜାତୀୟ ଦଳ ପରିବର୍ତ୍ତେ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମ୍ଏନଏଫ୍) ପରି ଆଞ୍ଚଳିକ ଦଳ ଉପରେ ଅଧିକ ଆସ୍ଥା ପ୍ରକଟ କରିଛନ୍ତି। ପୂର୍ବରୁ କଂଗ୍ରେସ ମିଜୋରାମର ଶାସନ କ୍ଷମତାରେ ରହିଥିବା ବେଳେ ଚଳିତ ନିର୍ବାଚନରେ ମତଦାତାମାନେ କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି। ପୂର୍ବରୁ ମିଜୋରାମରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଥିବା ଲାଲ୍ ଥନ୍ଓ୍ଵାଲା ଚଳିତ ନିର୍ବାଚନରେ ଦୁଇ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ସୁଦ୍ଧା ଦୁଇଟି ଯାକ ଆସନରୁ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି। ଅନ୍ୟପକ୍ଷରେ ଏମ୍ଏନଏଫ୍ ମୁଖ୍ୟ ଜୁରମା ଥାଙ୍ଗା ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇଛି।

ମିଜୋରାମରେ ଏମ୍ଏନ୍ଏଫ୍ ୨୬, କଂଗ୍ରେସ ୫, ବିଜେପି ୧ ଓ ଅନ୍ୟାନ୍ୟ ୮ଟି ଆସନରେ ବିଜୟ ଲାଭ କରିଛନ୍ତି। ତେବେ, ମିଜୋରାମର ନିର୍ବାଚନ ଫଳାଫଳ କଂଗ୍ରେସକୁ ଏକ ଶକ୍ତ ଧକ୍କା ଦେଇଛି। କାରଣ, ପୂର୍ବରୁ ଦେଶର ଉତ୍ତର-ପୂର୍ବ ରାଜ୍ୟ ସମୂହ କଂଗ୍ରେସ ପାଇଁ ହସ୍ତମୁଦି ମାହଲ ସଦୃଶ ରହିଥିଲା। ତେବେ ଆସାମ, ତ୍ରିପୁରା, ମଣିପୁର ପରେ ଏବେ ମିଜୋରାମ ହାତରୁ ଖସିଯିବା କଂଗ୍ରେସ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe