www.indiatoday.in
ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍ଏନ୍ଏସ୍)ର ମୁଖ୍ୟ ରାଜ୍ ଠାକ୍ରେ ସୋମବାର ଦିଲ୍ଲୀଠାରେ ନିର୍ବାଚନ କମିସନରଙ୍କୁ ଭେଟିପାରନ୍ତି ବୋଲି ଅନୁମାନ କରାଯାଉଛି। ନିର୍ବାଚନ କମିସନଙ୍କୁ ଦେଖା କରି ସେ ଇଭିଏମ୍ ସଂପର୍କିତ ଅଭିଯୋଗ କରିବେ ବୋଲି ଜଣପାଡ଼ିଛି। ରାଜ୍ ଠାକରେ ଗତ ୧୪ ବର୍ଷ ଭିତରେ ପ୍ରଥମ ଥର ଦିଲ୍ଲୀ ଗସ୍ତ କରୁଛନ୍ତି ବୋଲି ସୂଚନା ରହିଛି।
ପୂର୍ବରୁ ରାଜ୍ ଠାକରେ ନିର୍ବାଚନ କମିସନଙ୍କୁ ପତ୍ର ଲେଖି ଜଣାଇଥିଲେ ଯେ ‘ଗତ କିଛି ବର୍ଷ ହେବ ଇଭିଏମ୍ ତ୍ରୁଟିକୁ ନେଇ ଅନେକ ଅଭିଯୋଗ ହୋଇଛି। ଅନେକ ଲୋକ ଇଲେକ୍ଟ୍ରିକ୍ ଭୋଟିଂ ମେସିନ୍କୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ, ଆମେ ରାଜ୍ୟରେ ହେବାକୁ ଥିବା ଆସନ୍ତା ବିଧାନସଭାରେ ବାଲାଟ ପେପର୍ ଜରିଆରେ ଭୋଟ୍ ଗଣନା ଚାହୁୁଁଛୁ।’
ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବରେ ହେବ ବୋଲି ସ୍ଥିର ହୋଇଛି। ନଭେମ୍ବରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି।
Follow Us