ଏନଡିଏକୁ  ସମର୍ଥନ ଦେବ ଏମଏନଏସ, ରାଜ୍ ଠାକରେଙ୍କ ଘୋଷଣା

ଏନଡିଏକୁ  ସମର୍ଥନ ଦେବ ଏମଏନଏସ, ରାଜ୍ ଠାକରେଙ୍କ ଘୋଷଣା

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ୍ ) ସଭାପତି ରାଜ ଠାକରେ ମଙ୍ଗଳବାର କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାଙ୍କ ଦଳ ବିଜେପି ନେତୃତ୍ୱାଧୀନ ଏନଡିଏକୁ ନିଃସର୍ତ୍ତ ସମର୍ଥନ ଦେବ। ଏହା ସହ ଏମଏନଏସ ମୁଖ୍ୟ କହିଛନ୍ତି ଯେ ସେ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ । ଗୁଡ଼ି ପଡ଼ୱା ଅବସରରେ ମୁମ୍ବାଇର ଶିବାଜୀ ପାର୍କ ପଡ଼ିଆରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ଉଦ୍ଧବ ଠାକରେ ଏହା କହିଛନ୍ତି।

ରାଜ୍ କିଛି ଦିନ ତଳେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ହିଁ ଆଶା କରାଯାଉଥିଲା ଯେ ସେ ବିଜେପି ସହ ମେଣ୍ଟ କରିବେ ଏବଂ ବର୍ତ୍ତମାନ ଏମଏନଏସ ମୁଖ୍ୟ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଏନଡିଏ କୁ ସମର୍ଥନ କରିବ । ଏହା ସହ ଦଳୀୟ କର୍ମୀମାନଙ୍କୁ ବିଧାନସଭା ନିର୍ବାଚନ ପାଇଁ ସିଧାସଳଖ ପ୍ରସ୍ତୁତ ହେବାକୁ ସେ କହିଛନ୍ତି।

ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ଆଜି ମହା ବିକାଶ ଅଘାଡି ମେଣ୍ଟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି । ଏହି ବୁଝାମଣା ଅନୁସାରେ ଶିବସେନା ଉଦ୍ଧବ ଗୋଷ୍ଠୀ ୨୧ଟି ଆସନରେ ଲଢିବାକୁ ଥିବାବେଳେ କଂଗ୍ରେସ ୧୭ଟି ଆସନରେ ଲଢିବ ଓ ଏନସିପି ୧୦ଟି ଆସନରେ ଲଢିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe