ଫେବ୍ରୁଆରି ୬ ସୁଦ୍ଧା ମୋବାଇଲ୍‌-ଆଧାର ସଂଯୋଗ ଅପରିହାର୍ଯ୍ୟ: କେନ୍ଦ୍ର ସରକାର

Advertisment
ଫେବ୍ରୁଆରି ୬ ସୁଦ୍ଧା ମୋବାଇଲ୍‌-ଆଧାର ସଂଯୋଗ ଅପରିହାର୍ଯ୍ୟ: କେନ୍ଦ୍ର ସରକାର

Image Courtesy of TOI

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରା ପାସ୍‌ ହୋଇଥିବା ଏକ ଅର୍ଡର୍‌ର ଦୃଷ୍ଟାନ୍ତ ଦେଇ ଗୁରୁବାର ଦିନ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି କି, ଇ-କେଓ୍ଵାଇସି ଯାଞ୍ଚ ଅଧୀନରେ ଫେବ୍ରୁଆରି ୬ ତାରିଖ ସୁଦ୍ଧା ସମସ୍ତ ଗ୍ରାହକ ଆଧାର ସହ ସେମାନଙ୍କ ମୋବାଇଲ୍‌ ଫୋନ୍‌ ନମ୍ବର ସଂଯୋଗ କରିବେ ଏବଂ ନୂଆ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଖୋଲିବା ନିମନ୍ତେ ଆଧାର ପ୍ରମାଣ ବାଧ୍ୟତାମୂଳକ କରାଯାଇଛି।

ଆଡ୍‌ଭୋକେଟ୍‌ ଜୋହେବ୍‌ ହୋସେନ୍‌ଙ୍କ ଦ୍ୱାରା ଫାଇଲ୍‌ କାରାଯାଇଥିବା ୧୧୩ ପୃଷ୍ଠା ସମ୍ବଳିତ କେନ୍ଦ୍ରର ସତ୍ୟପତ୍ର ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଛି ଯେ ଏକ ବର୍ଷ ମଧ୍ୟରେ ଆଧାର-ମୋବାଇଲ୍‌ ଫୋନ୍‌ ସଂଯୋଗ ମାନକକୁ ବାଧ୍ୟତାମୂଳକ କରିବାକୁ ଫେବ୍ରୁଆରି ୬ ତାରିଖ ଦିନ ନିଜେ ସୁପ୍ରିମ୍‌ କୋର୍ଟ ଲୋକନୀତି ଫାଉଣ୍ଡେସନ୍‌ କେସ୍‌ରେ ଅନୁମୋଦନ କରିଥିଲେ। ଆଧାର କାର୍ଡ ନ ଥିବାରୁ କାହାରି ଅନାହାରରେ ମୃତ୍ୟୁ ହୋଇ ନାହିଁ ବୋଲି ସରକାର ମଧ୍ୟ ଘୋଷଣା କରିଥିଲେ।

publive-image Image Courtesy of TOI

ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇ ଥିବାରୁ ଆଧାର ସହ ମୋବାଇ ସଂଯୋଗର ଶେଷ ତାରିଖ ଏକ ତରଫା ଭାବେ ସରକାରଙ୍କ ଦ୍ୱାରା ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ଚାଲୁଥିବା ବ୍ୟାଙ୍କ୍‌ ଆକାଉଣ୍ଟ୍‌ ନିମନ୍ତେ ଆଧାର ସଂଯୋଗର ଶେଷ ତାରିଖକୁ ସରକାର ମାର୍ଚ ୩୧ ତାରିଖ ରଖାଯାଇଛି।

ମୋବାଇଲ୍‌ ଫୋନ୍‌ ଆଧାର ସଂଯୋଗ ବାଧ୍ୟତାମୂଳକ କରାଯିବା ବ୍ୟବସ୍ଥାକୁ ଚାଲେଞ୍ଜ୍‌ କରି ସୋମବାର ଦିନ ଭିନ୍ନ ଏକ ପିଟିସନ୍‌ର ଶୁଣାଣି କରି ସୁପ୍ରିମ୍‌ କୋର୍ଟଙ୍କର ଦୁଇଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ ୪ ସପ୍ତାହ ମଧ୍ୟରେ ସରକାରଙ୍କ ଠାରୁ ଜବାବ ଚାହିଁ ଥିଲେ।

publive-image Image Courtesy of BGR

ନାଗରିକମାନଙ୍କର ଗୋପନୀୟତା ଅଧିକାର କ୍ଷୁର୍ଣ୍ଣ କରୁଥିବାରୁ ଏହାକୁ ଚାଲେଞ୍ଜ୍‌ କରି ଦାଏର କରାଯାଇଥବା ଅନେକଗୁଡ଼ିଏ ପିଟିସନ୍‌ର ଶୁଣାଣି ଏକ ସାମ୍ବାଧାନିକ ଖଣ୍ଡପୀଠ କରିବ ବୋଲି ସୁପ୍ରିମ୍‌ କୋର୍ଟ କହିଥିଲେ।

ନିଜର ସଦ୍ୟ ସତ୍ୟପତ୍ରରେ କେନ୍ଦ୍ର ସରକାର କହିଛି: ଆଧାର ସଂଯୋଗ ହୋଇ ନ ଥିଲେ ମଧ୍ୟ ଚାଲୁଥିବା ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ମାର୍ଚ ୩୧ ତାରିଖ ଯାଏଁ ଅଚଳ କରିହେବ ନାହିଁ। କିନ୍ତୁ, ନୂଆ ଆକାଉଣ୍ଟ୍‌ ଖୋଲିଲେ ପରିଚୟ ପ୍ରମାଣ ଭାବେ ଆଧାର ଅଥବା ଏନ୍‌ରୋଲ୍‌ମେଣ୍ଟ୍‌ ଆଇଡି ଦିଆଯିବା ଅପରିହାର୍ଯ୍ୟ। ଚାଲୁ ରହିଥିବା ଆକାଉଣ୍ଟ୍‌ଧାରୀଙ୍କ ସକାଶ ଆଧାରବେସ୍‌ ଯାଞ୍ଚର ଶେଷ ତାରିଖ ମାର୍ଚ ୩୧ ତାରିଖ ଯାଏଁ ବଢ଼ାଇ ଦିଆଗଲା। ସେତେବେଳ ଯାଏଁ ଏହି ଆକାଉଣ୍ଟ୍‌ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।

publive-image Image Courtesy of outlook India

ଆଧାର-ମୋବାଇଲ୍‌ ଫୋନ୍‌ ସଂଯୋଗ ପରି ଆଧାର-ପାନ୍‌ ଅଥବା ଆୟକର ଟ୍ୟାକ୍ସ ରିଟର୍ଣ୍ଣ ନିମନ୍ତେ ଆଧାର ସଂଯୋଗ ବାଧ୍ୟତାମୂଳକ କରାଯିବା ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମ୍‌ କୋର୍ଟ ବୈଧ୍ୟ କରିଥିଲେ ବୋଲି ଏହି ସତ୍ୟପତ୍ରରେ ଉଲ୍ଲେଖ ରହିଛି। ଏଥିରେ ଆଂଶିକ ଆଶ୍ୱସ୍ତି ଦେଇ ସୁପ୍ରିମ୍‌ କୋର୍ଟ କହିଥିଲେ କି, ଯେଉଁମାନଙ୍କର ଆଧାର ନାହିଁ କିଂବା ଯେଉଁମାନେ ଏବେ ଆଧାର ପାଇ ପାରି ନାହାନ୍ତି, ସେମାନଙ୍କର ପାନ୍‌ କାର୍ଡଗୁଡ଼ିକୁ ଚଳିତ ଆର୍ଥିକ ବର୍ଷ ନିମନ୍ତେ ଅବୈଧ୍ୟ ବୋଲି ବିଚାର୍ଯ୍ୟ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe