ମୋବାଇଲ ନିଶା ହେତୁ ଯୁବକ ପାଲଟିଗଲେ ମାନସିକ ରୋଗୀ

ମୋବାଇଲ ନିଶା ହେତୁ ଯୁବକ ପାଲଟିଗଲେ ମାନସିକ ରୋଗୀ

ନୂଆଦିଲ୍ଲୀ: ରାଜସ୍ଥାନର ଚୁରୁ ଜିଲ୍ଲାର ସାହବା କସବେର ଜଣେ ୨୦ ବର୍ଷୀୟ ଯୁବକ ମୋବାଇଲ ନିଶା ହେତୁ ମାନସିକ ରୋଗୀ ହୋଇ ଯାଇଛନ୍ତି। ଉକ୍ତ ଯୁବକ ଜଣକ ନା ନିଜ ପରିବାରଲୋକଙ୍କୁ ଚିହ୍ନୁଛନ୍ତି ନା ହିଁ କିଛି କହି ପାରୁଛନ୍ତି। ଗତ ଏକ ମାସ ହେବ କାମ ଛାଡ଼ି ମୋବାଇଲରେ ଲାଗିଥିବା ଯୁବକ ପାଞ୍ଚଦିନ ହେବ ଶୋଇ ନାହାନ୍ତି।

ସ୍ବାସ୍ଥ୍ୟ ଅଧିକ ଖରାପ ହେବାପରେ ପରିବାରଲୋକ ରାଜକୀୟ ଭରତିଆ ହସ୍ପିଟାଲର ଜରୁରୀକାଳିନ ୱାର୍ଡରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ଯୁବକଙ୍କ ଚିକିତ୍ସା ଜାରି ରଖିଛନ୍ତି। ଯୁବକଙ୍କ ଦାଦା କହିଛନ୍ତି, ୨୦ବର୍ଷୀୟ ଅକରମ ଗ୍ରାମରେ ରହି ବିଜୁଳି ମଟର ୱାଇଡିଂ କାମ କରୁଥିଲେ। ଗତ ଏକ ମାସ ହେବ ସେ ସବୁବେଳେ ମୋବାଇଲକୁ ଧରି ବସି ରହୁଥିଲେ। ଧୀରେଧୀରେ ସମସ୍ତଙ୍କ ସହ କଥା ହେବା ବନ୍ଦ କରିବା ସହିତ ଆଉ କାମକୁ ବି ଗଲେନାହିଁ। ପରିବାର ଲୋକ ଅକରମଙ୍କୁ ମୋବାଇଲ ଠାରୁ ଦୂରେଇ ରଖିବାକୁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ସେ ନିଜର ଏହି ନିଶାଠାରୁ ଦୂରେଇ ରହି ପାରି ନଥିଲେ।

ଅକରମଙ୍କ ମା’ଙ୍କ କହିବାନୁସାରେ, ପୁଅ ଖାଇବା ବି ଛାଡ଼ି ଦେଇଥିଲା। ଏଭଳି ପରିସ୍ଥିତିରେ ପୁଅର ସିଟି ସ୍କାନ କରି ଡାକ୍ତର ତାର ଚିକିତ୍ସା ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe