ସାହରିଆ ଜନଜାତିର ମହିଳାଙ୍କ ପାଇଁ ମୋବାଇଲ ନିଷେଧ କଲା ପଞ୍ଚାୟତ

Advertisment
ସାହରିଆ ଜନଜାତିର ମହିଳାଙ୍କ ପାଇଁ ମୋବାଇଲ ନିଷେଧ କଲା ପଞ୍ଚାୟତ

ଜୟପୁର: ରାଜସ୍ଥାନର ସୀମା ତଥା ଭୋପାଳ ଠାରୁ ୪୦୦ କିଲୋମିଟର ଦୂରରେ ଥିବା ସୋଇପୁର ଜିଲ୍ଲାର ୨୭ଟି ଗ୍ରାମରେ ରହିଛନ୍ତି ସାହରିଆ ଜନଜାତି । ମଙ୍ଗଳବାର ଦିନ ଓଛା ଗ୍ରାମର ପଞ୍ଚାୟତ ସାହରିଆ ମହିଳାଙ୍କ ପାଇଁ ମୋବାଇଲ ଫୋନ୍‌ ବ୍ୟବହାର ଉପରେ ନଷେଧାଜ୍ଞା ଜାରି କରିଛି। ପଞ୍ଚାୟତର ମତ ଅନୁଯାୟୀ, ମୋବାଇଲ ମହିଳାମାନଙ୍କୁ ନଷ୍ଟ କରିବା ସହ ସେମାନଙ୍କ ମତିଭ୍ରମ କରୁଛି।
ଆଦିବାସୀ ଜନଜାତିର ମହିଳାଙ୍କ ସୁରକ୍ଷା ପାଇଁ ଏପରି ନିର୍ଣ୍ଣୟ ନିଆଯାଇଛି। ମହିଳାମାନେ ମୋବାଇଲ ଫୋନ୍‌ର ବ୍ୟବହାର ସଠିକ ଭାବେ ଜାଣିପାରୁ ନାହାନ୍ତି ଯାହା ଫଳରେ ଅଜଣା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଞ୍ଚାୟତ ମୋବାଇଲ ଫୋନ ବ୍ୟବହାର କରୁଥିବା ମହିଳାଙ୍କ ପାଇଁ ଦଣ୍ଡ ବିଧାନ ମଧ୍ୟ କରିଛନ୍ତି। ଯଦି କୌଣସି ମହିଳା ମୋବାଇଲ ବ୍ୟବହାର କରୁଥିବାର ପ୍ରଥମ ଥର ଧରା ପଡ଼ନ୍ତି ତେବେ ତାଙ୍କୁ କେବଳ ଜରିମାନା ଦେବାକୁ ପଡ଼ିବ। ଏହାପରେ ମଧ୍ୟ ଯଦି କୌଣସି ମହିଳା ମୋବାଇଲ ବ୍ୟବହାର କରୁଥିବାର ଧରାପଡ଼ନ୍ତି ତେବେ ତାଙ୍କୁ ଗ୍ରାମରୁ ବାସନ୍ଦ କରାଯିବ ବୋଲି କହିଛନ୍ତି ପଞ୍ଚାୟତର ପଞ୍ଚ।

publive-image

ପଞ୍ଚାୟତର ପଞ୍ଚମାନେ ଏହା ମଧ୍ୟ କହିଛନ୍ତି, ‘ମୋବାଇଲ ବ୍ୟବହାର ଦ୍ୱାରା ସାହାରିଆ ଜନଜାତି ମହିଳାମାନେ ବାହାର ପୁରୁଷମାନଙ୍କ ସଂପର୍କରେ ଆସୁଛନ୍ତି । ଯାହା ଫଳରେ ବାହାର ପୁରୁଷମାନେ ମହିଳାଙ୍କ ଲାଭ ଉଠାଉଛନ୍ତି । ଏଣୁ ବର୍ତ୍ତମାନ ଆମେ ନିର୍ଣ୍ଣୟ ନେଇଛୁ ଯଦି କୌଣସି ମହିଳା ଆମ ସମାଜର ବାହାର କୌଣସି ପୁରୁଷଙ୍କ ସହ ବିବାହ କରୁଛନ୍ତି ତାଙ୍କୁ ସମାଜରୁ ବାସନ୍ଦ କରାଯିବା ସହ ତାଙ୍କ ପରିବାରକୁ ଜରିମାନା ମଧ୍ୟ ଦେବାକୁ ପଡ଼ିବ।’
ସାହାରିଆ ଜନଜାତିରେ ଭିନ୍ନ ଜାତିରେ ବିବାହ ନିଷେଧ ଥିବା ବେଳେ ମଦ୍ୟପାନ କରିବା ମଧ୍ୟ ନିଷେଧ ରହିଛି। ଏଠାରେ ସମସ୍ତ ନିର୍ଣ୍ଣୟ ପଞ୍ଚାୟତ ଦ୍ୱାରା ନିଆ ଯାଇଥାଏ ଏବଂ ଏହା ଗତ ୩ ବର୍ଷ ହେଲା ହୋଇଆସୁଛି। ଆଦିବାସୀ ଜନଜାତିର ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏପରି ପଞ୍ଚାୟତ କିଛି କିଛି ମାସ ବିରତିରେ ଅନୁଷ୍ଠିତ ହୋଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe