Don’t spend more than 30 minutes on social media
ନୂଆଦିଲ୍ଲୀ: ମଣିପୁରରେ ଆଗାମୀ ପାଞ୍ଚ ଦିନ ପାଇଁ ମୋବାଇଲ୍ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଛି। ଏହା ସହିତ ବିଷ୍ଣୁପୁର ଜିଲ୍ଲାରେ ଶନିବାର ସନ୍ଧ୍ୟାରୁ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛନ୍ତି। ଶନିବାର ସନ୍ଧ୍ୟାରେ ଫୋଗାଚାଓ ଅଂଚଳରେ ୩-୪ ଜଣ ବ୍ୟକ୍ତି ଏକ ଗାଡିରେ ନିଆଁ ଲଗାଇ ଦେବା ପରେ ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଛି। ଫଳରେ ସ୍ୱତନ୍ତ୍ର ସଚିବ (ଗୃହ) ଏଚ୍ ଜ୍ଞାନ ପ୍ରକାଶ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ଲୋକ ହିଂସା ବଢ଼ାଇବାକୁ ଲଗାତାର ଷଡ଼୍ଯନ୍ତ୍ର କରୁଥିବାରୁ ବ୍ୟାପକ ଚଢ଼ଉ ଓ ତଲାସୀ ଅଭିଯାନ ଚାଲିଛି।
Follow Us