ମେଘାଳୟରେ ୪୮ ଘଣ୍ଟା ପାଇଁ ମୋବାଇଲ୍‌ ଓ ଇଣ୍ଟର୍‌ନେଟ୍‌ ସେବା ବନ୍ଦ

ମେଘାଳୟରେ ୪୮ ଘଣ୍ଟା ପାଇଁ ମୋବାଇଲ୍‌ ଓ ଇଣ୍ଟର୍‌ନେଟ୍‌ ସେବା ବନ୍ଦ

Image Courtesy of India Today

ଶିଲଂ: ଆସନ୍ତା ୪୮ ଘଣ୍ଟା ଲାଗି ସମଗ୍ର ମେଘାଳୟରେ ମୋବାଇଲ୍‌ ଓ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ପାର୍ଲାମେଣ୍ଟ୍‌ର ଉଭୟ ଗୃହରେ ନାଗରିକତା (ସଂଶୋଧନ) ବିଧେୟକ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଆଇନରେ ପରିଣତ ହେବା ପରେ ମେଘାଳୟରେ ଆଇନଶୃଙ୍ଖଳା ପରିସ୍ଥିତି ଅଧିକ ବିପର୍ଯ୍ୟସ୍ତ ହେବା ଆଶଙ୍କା ଥିବାରୁ ଏ ଭଳି ପଦକ୍ଷେପ ନିଆଯାଇଛି।

ଗୁରୁବାର ଦିନ ମେଘାଳୟ ସରକାରଙ୍କ ଗୃହ ପୁଲିସ ବିଭାଗର ଅତିରିକ୍ତ ସଚିବ ସି.ଭି. ଡି. ଡିଏଙ୍ଗ୍‌ଦୋହ କହିଛନ୍ତି ଯେ ଏସ୍‌ଏମ୍‌ଏସ୍‌, ହ୍ଵାଟ୍‌ସ୍‌ଆପ୍‌, ଫେସ୍‌ବୁକ୍‌, ଟୁଇଟର୍‌ ଏବଂ ୟୁଟ୍ୟୁବ୍‌ ଯୋଗେ ସର୍ବସାଧାରଣଙ୍କ ନିରାପତ୍ତା ବିପନ୍ନ ହେବାର ସମ୍ଭାବନା ଥିବାରୁ ଗୁରୁବାର ଅପରାହ୍ଣ ୫ଟାରୁ ଆଗାମୀ ୪୮ ଘଣ୍ଟା ଯାଏଁ ସମଗ୍ର ମେଘାଳୟରେ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ଓ ମେସେଜିଙ୍ଗ୍‌ ବନ୍ଦ ରଖାଯାଇଛି।

publive-image Image Courtesy of Sify. com

ପୂର୍ବ ଖାସି ପାର୍ବତ୍ୟ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ସହରର ଅଳ୍ପ କେତେକ ଅଞ୍ଚଳରେ ଗୁରୁବାର ରାତି ୧୦ଟାରୁ ପରବର୍ତ୍ତୀ ଆଦେଶ ଯାଏଁ କର୍ଫ୍ୟୁ ଜାରି କରିଛି।

ପଡ଼ୋଶୀ ଆସାମର ୧୦ଟି ଜିଲ୍ଲାରେ ମଧ୍ୟ ଆଉ ୪୮ ଘଣ୍ଟା ଯାଏଁ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖାଯାଇଛି। ପୂର୍ବରୁ ଏହି ସବୁ ଜିଲ୍ଲାଗୁଡ଼ିକରେ ୪୮ ଘଣ୍ଟା ଧରି ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe