ଉତ୍ତର ପ୍ରଦେଶରେ ‘ସିଏଏ’ ପ୍ରତିବାଦ : ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ; ୩୫୦୦ ଅଟକ ଓ ୧୪ ଜିଲ୍ଲାରେ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ବନ୍ଦ

Advertisment
ଉତ୍ତର ପ୍ରଦେଶରେ ‘ସିଏଏ’ ପ୍ରତିବାଦ : ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ;  ୩୫୦୦ ଅଟକ ଓ ୧୪ ଜିଲ୍ଲାରେ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ବନ୍ଦ

Image Source: Hindustan Times

ଲକ୍ଷ୍ନୌ: ଗତକାଲି ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜଣେ ଆନ୍ଦୋଳନକାରୀ ପୁଲିସ ଗୁଳିରେ ନିହତ ହେବାରୁ ସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ରହିଛି। ଶୁକ୍ରବାର ରାଜ୍ୟରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ତୀବ୍ର ହେବାରୁ ୩, ୫୦୫ ଜଣଙ୍କୁ ଅଟକ ରଖାଯାଇଛି  ଏବଂ ୧୪  ଜିଲ୍ଲାରେ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖାଯାଇଛି।  ପ୍ରତିବାଦକୁ ପ୍ରତିରୋଧ କରିବାକୁ ୩, ୫୦୫ ଜଣ ବ୍ୟକ୍ତିଙ୍କୁ ଆଗୁଆ ନେଇ ହାଜତରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨୦୦ ଜଣ ଲକ୍ଷ୍ନୌ ଅଞ୍ଚଳର ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ହିଂସା ବଢ଼ିବା ଆଶଙ୍କାରେ  ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ସାମୟିକ ଭାବେ ଏସ୍‌ଏମ୍‌ଏସ୍‌ ଏବଂ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖିବାକୁ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଶ୍ୱିନୀ କୁମାର ଅଓ୍ଵସ୍ତି ସମସ୍ତ ଟେଲିକମ୍‌ ଓ ଇଣ୍ଟର୍‌ନେଟ୍‌ ସେବା ଯୋଗାଣକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

publive-image Image Source: The Financial Express

ଲକ୍ଷ୍ନୌ ବ୍ୟତୀତ ସହରଣପୁର, ମିରଟ, ଶମଲି, ମୁଜାଫରନଗର, ଗାଜିଆବାଦ, ବରେଲୀ, ମାଉ, ସମ୍ଭଲ, ଆଜମଗଡ଼, ଆଗ୍ରା, କାନପୁର, ଉନ୍ନାଓ ଏବଂ ମୋରାଦାବାଦ ଆଦି ଜିଲ୍ଲାରେ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରାଯାଇଛି । ହିଂସା ପ୍ରପୀଡ଼ିତ ଅଞ୍ଚଳରେ ଶୁକ୍ରବାର ସକାଳେ ପୁଲିସ ଫ୍ଲାଗ୍‌ ମାର୍ଚ କରିଛି।

ଗତକାଲି ଦିଲ୍ଲୀ ଓ ଉତ୍ତରପ୍ରଦେଶ ସମେତ ଦେଶବ୍ୟାପୀ ଜୋର୍‌ଦାର ବିରୋଧ ପ୍ରଦର୍ଶନ ହୋଇଥିଲା । ହିଂସାତ୍ମକ ଆନ୍ଦୋଳନ ଯୋଗୁଁ ଦିଲ୍ଲୀର କେତେକ ଉତ୍ତେଜନାପ୍ରବଣ ଅଂଚଳରେ ଯାତାୟାତ ବନ୍ଦ ରଖାଯାଇଥିବା ବେଳେ ଲାଲକିଲ୍ଲା ନିକଟରେ ୧୪୪ ଧାରା ଜାରି କରାଯାଇଥିଲା । ସେହିପରି ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ହିଂସା ବଢ଼ିବା ଯୋଗୁଁ ପୁଲିସ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ଲକ୍ଷ୍ନୌରେ ଜଣେ ଆନ୍ଦୋଳନକାରୀ ପୁଲିସ ଗୁଳିରେ ନିହତ ହେବାରୁ ସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଦିଲ୍ଲୀରେ ପୁଲିସ ପ୍ରାୟ ୧୨୦୦ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି। ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଜାମ୍ ହୋଇ ଯାତାୟାତ ବାଧାପ୍ରାପ୍ତ ହେବାରୁ ୧୯ଟି ମେଟ୍ରୋ ଷ୍ଟେସନ୍‌ ବନ୍ଦ ରଖାଯାଇଥିବାବେଳେ ୧୯ଟି ବିମାନ ଉଡ଼ାଣ ବାତିଲ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe