ଭାରତ ସୀମାରେ ମୋବାଇଲ୍‌ ନେଟୱର୍କ୍‌ ବନ୍ଦ କଲା ବାଂଲାଦେଶ

ଭାରତ ସୀମାରେ ମୋବାଇଲ୍‌ ନେଟୱର୍କ୍‌ ବନ୍ଦ କଲା ବାଂଲାଦେଶ

Hindustan Times

ଢାକା : ଭାରତ ସୀମାରେ ବାଂଲାଦେଶ ସରକାର ମୋବାଇଲ୍‌ ନେଟ୍‌ୱର୍କ ବନ୍ଦ କରିଦେଇଛନ୍ତି। ସୁରକ୍ଷା କାରଣ ଦର୍ଶା‌ଇ ଭାରତ ସୀମା ସଂଲଗ୍ନ ଅଞ୍ଚଳରେ ମୋବାଇଲ୍‌ ନେଟ୍‌ୱର୍କ ବନ୍ଦ କରାଯାଇଛି। ରିପୋର୍ଟ ଅନୁଯାୟୀ ଏହାଦ୍ବାରା ପ୍ର‌ାୟ ୧ କୋଟି ୟୁଜର ପ୍ରଭାବିତ ହେବେ। ଭାରତ ସୀମାଠାରୁ ୧ କିମି ଅଞ୍ଚଳ ମଧ୍ୟରେ ମୋବାଇଲ୍‌ ନେଟୱର୍କ ବନ୍ଦ କରାଯାଇଛି। ବିଟିଆରସି୍‌ (ବାଂଲାଦେଶ ଟେଲିକମ୍ୟୁନିକେସନ୍‌ ରେଗୁଲେଟୋରି କମିସନ୍‌) ପକ୍ଷରୁ ଏନେଇ ଏକ ନୋଟିସ୍‌ ଜାରି ହୋଇଛି। ସରକାରଙ୍କର ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏହାଦ୍ବାରା ୩୨ ଟି ଜିଲ୍ଲାର ପ୍ରାୟ ୧ କୋଟି ଲୋକ ପ୍ରଭାବିତ ହେବେ। ରିପୋର୍ଟ ଅନୁଯାୟୀ ଗୃହ ମନ୍ତ୍ରୀ ଅସାଦୁଜ୍ଜମନ୍‌ ଖାନ୍ କମଲ୍‌ ଏବଂ ବିଦେଶ ମନ୍ତ୍ରୀ ଏକେ ଅବଦୁଲ ମମେନ୍‌ ସରକାରଙ୍କ ନିଷ୍ପତ୍ତି ସଂକ୍ରାନ୍ତ‌ରେ ଅଜ୍ଞ ଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe