ଓଡ଼ିଶାର ୪୫,୪୦୬ଟି ଗାଁ’ରେ ମୋବାଇଲ୍‌ ନେଟୱାର୍କ

Advertisment
ଓଡ଼ିଶାର ୪୫,୪୦୬ଟି ଗାଁ’ରେ ମୋବାଇଲ୍‌ ନେଟୱାର୍କ

representetional immage - Selectra

ନୂଆଦିଲ୍ଲୀ: ଓଡ଼ିଶାର ୫୧ ହଜାର ୧୭୬ ଗାଁ ମଧ୍ୟରୁ ୪୫ ହଜାର ୪୦୬ଟିରେ ମୋବାଇଲ୍‌ ସେବା (ନେଟୱାର୍କ) ଉପଲବ୍ଧ। ରାଜ୍ୟସଭା ବିଜେଡି ସାଂସଦ ସୁଲତା ଦେଓଙ୍କ ଓଡ଼ିଶାରେ ମୋବାଇଲ ନେଟୱାର୍କ ସଂପର୍କିତ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ଓ ଯୋଗାଯୋଗ ଏବଂ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ମନ୍ତ୍ରୀଙ୍କ ସୂଚନା ହେଲା, ଜଗତସିଂହପୁର ଜିଲ୍ଲାର ୧୨୯୭ଟି ଗାଁ’ ମଧ୍ୟରୁ ୧୨୯୫ଟିରେ, ମୟୂରଭଞ୍ଜ ଜିଲ୍ଲାରେ ୩୯୪୦ ଗାଁ’ ମଧ୍ୟରୁ ୩୭୮୫ ଟିରେ, ଝାରସୁଗୁଡ଼ା ଜିଲ୍ଲାର ୩୫୪ଟି ଗାଁ’ ମଧ୍ୟରୁ ୩୫୨ଟିରେ, ରାୟଗଡ଼ା ଜିଲ୍ଲାର ୨୬୭୧ଟି ଗାଁ’ ମଧ୍ୟରୁ ୧୬୩୦ଟିରେ, କନ୍ଧମାଳ ଜିଲ୍ଲାର ୨୫୭୮ ଗାଁ ମଧ୍ୟରୁ ୧୩୩୧ଟିରେ ଓ କଳାହାଣ୍ଡି ଜିଲ୍ଳାରେ ୨୨୭୪ଟି ଗାଁ ମଧ୍ୟରୁ ୧୭୨୯ଟିରେ ମୋବାଇଲ ନେଟୱାର୍କ ରହିଛି ବୋଲି ମନ୍ତ୍ରୀଙ୍କ ତଥ୍ୟରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe