ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛି କି ଭାରତ ? ୭ରେ ହେବ ବେସାମରିକ ପ୍ରତିରକ୍ଷା ମକ୍ ଡ୍ରିଲ୍

କେନ୍ଦ୍ର ଗୃହ ମନ୍ତ୍ରାଳୟ ଆସନ୍ତା ୭ ତାରିଖରେ ବେସାମରିକ ମକ୍ ଡ୍ରିଲ୍ କରିବାକୁ ବିଭିନ୍ନ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ମାଧ୍ୟମରେ ଯୁଦ୍ଧ ସ୍ଥିତିରେ ଲୋକମାନେ କିପରି ନିଜକୁ ରକ୍ଷା କରିପାରିବେ ଓ ସେମାନଙ୍କ କର୍ତ୍ତବ୍ୟ କଣ ରହିବ ତାହାର ପ୍ରସ୍ତୁତି କରାଯିବ ।

ଅଦ୍ୟତନ ହୋଇଛି
mmm

ନୂଆଦିଲ୍ଲୀ : ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏକ ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ଭାରତ ? ଭାରତ ସରକାରଙ୍କ ଘନ ଘନ ବୈଠକ, ଜାତିସଂଘ ସୁରକ୍ଷା ପରିଷଦର ବୈଠକ ଏହି ଆଶଙ୍କାକୁ ଆହୁରି ଘନୀଭୂତ କରୁଛି । ଏବେ ସରକାରଙ୍କ ଆଉ ଏକ ନିଷ୍ପତ୍ତି ଏହି ଆଶଙ୍କା ସୃଷ୍ଟି କରିଛି ଯେ ଭାରତ ପାକିସ୍ତାନ ମଧ୍ୟରେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ଲାଗିପାରେ । 

କେନ୍ଦ୍ର ଗୃହ ମନ୍ତ୍ରାଳୟ ଆସନ୍ତା ୭ ତାରିଖରେ ବେସାମରିକ ମକ୍ ଡ୍ରିଲ୍ କରିବାକୁ ବିଭିନ୍ନ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ମାଧ୍ୟମରେ ଯୁଦ୍ଧ ସ୍ଥିତିରେ ଲୋକମାନେ କିପରି ନିଜକୁ ରକ୍ଷା କରିପାରିବେ ଓ ସେମାନଙ୍କ କର୍ତ୍ତବ୍ୟ କଣ ରହିବ ତାହାର ପ୍ରସ୍ତୁତି କରାଯିବ । ବିମାନ ଆକ୍ରମଣ ସାଇରନ ବାଜିଲେ ଲୋକମାନେ କିପରି ସୁରକ୍ଷିତ ସ୍ଥାନକୁ ଯିବେ, ଆକ୍ରମଣ ସମୟରେ ସାଧାରଣ ଲୋକ, ଛାତ୍ରଛାତ୍ରୀ ଓ ଅନ୍ୟମାନେ କିପରି ନିଜର ସୁରକ୍ଷା କରିପାରିବେ, କ୍ରାସ ବ୍ଲାକ ଆଉଟ ପଦକ୍ଷେପ (ଯେପରି ଆକାଶ ମାର୍ଗରୁ ଜନପଦଗୁଡ଼ିକ ଦେଖାନଯିବେ ସେଥିପାଇଁ ବିଭିନ୍ନ ପଦକ୍ଷେପ) ଆଦି ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe