ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆର.ଏଫ. ନରିମାନ ଅଯୋଧ୍ୟା ରାମ ମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ନରିମାନ ପ୍ରଶ୍ନ ଉଠାଇ ଏହାକୁ ଧର୍ମନିରପେକ୍ଷତାର ନୀତି ବିରୁଦ୍ଧରେ କହିଛନ୍ତି ଏବଂ ଏହାକୁ ନ୍ୟାୟ ପ୍ରକ୍ରିୟାର ଉପହାସ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ବାବ୍ରି ମସଜିଦ ତଳେ କୌଣସି ରାମ ମନ୍ଦିର ନାହିଁ ବୋଲି ସୁପ୍ରିମକୋର୍ଟ ସ୍ବୀକାର କରିଥିଲେ।

Advertisment

ନରିମାନଙ୍କ ଏହି ବିବୃତି ପରେ ବିବାଦ ଆହୁରି ବଢ଼ିବାର ସମ୍ଭାବନା ରହିଛି। ତେ‌ବେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେ (ଏଏସଆଇ)ର ରିପୋର୍ଟ ଅନୁସାରେ ସୁପ୍ରିମକୋର୍ଟ ରାମ ମନ୍ଦିର ସପକ୍ଷରେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି।

୨୦୦୩ରେ, ଏଏସଆଇ ବିବାଦୀୟ ସ୍ଥାନରେ ଖନନ କରିଥିଲା। ଗ୍ରାଉଣ୍ଡ-ପେଣ୍ଟ୍ରେଟିଂ ରାଡାର (ଜିଆରପି) ଟେକ୍ନୋଲୋଜିରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା ଯେ କୌଣସି ଐତିହାସିକ ଗଠନ କିମ୍ବା ଭୂମି ତଳେ ଲୁଚି ରହିଥିବା ମନୁଷ୍ୟ ନିର୍ମିତ ବସ୍ତୁକୁ ଚିହ୍ନଟ କରିବା। ବୈଷୟିକ ସୂଚକାଙ୍କ ଆଧାରରେ ଆହ୍ଲାବାଦ ହାଇକୋର୍ଟରୁ ଖନନ ପାଇଁ ଅନୁମତି ନିଆଯାଇଥିଲା। ୧୨ ମାର୍ଚ୍ଚ ୨୦୦୩ରେ ଏହି ଖନନ କାର୍ଯ୍ୟ ଆରମ୍ଭ ହୋଇ ପ୍ରାୟ ପାଞ୍ଚ ମାସ ପର୍ଯ୍ୟନ୍ତ ଚାଲିଥିଲା। ଏହି ଅବଧି ମଧ୍ୟରେ, ଏଏସଆଇର ୧୪ ସଦସ୍ୟ ବିଶିଷ୍ଟ ଦଳର ସଂଖ୍ରା ୫୦ ସଦସ୍ୟଙ୍କୁ ବୃଦ୍ଧି କରାଯାଇଥିଲା। ଖନନ ସ୍ଥଳରେ ସୁରକ୍ଷା ବାହିନୀ ଏବଂ କୋର୍ଟର ପ୍ରତିନିଧୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଖନନ ସମୟରେ ବିଭିନ୍ନ ଅବଧିରୁ ସଂରଚନା ପ୍ରକାଶ ପାଇଥିଲା । ଉପରସ୍ତରଗୁଡିକ ଅଷ୍ଟାଦଶ-ଉନବିଂଶ ଶତାବ୍ଦୀର ଥିଲା, ଯାହାକି ମୋଗଲ ସମୟ ସହିତ ଜଡିତ ଥିଲା। ଏହା ତଳେ ସୁଙ୍ଗ୍, କୁଷାଣ, ଗୁପ୍ତ ଏବଂମୌର୍ଯ୍ୟ ସମୟର ଗଠନ ଦେଖିବାକୁ ମିଳିଥିଲା ​।

ଗଭୀରସ୍ତରରେ, ଖ୍ରୀଷ୍ଟପୂର୍ବ ୧୬୮୦ମସିହାର ଥିବା ଅବଶିଷ୍ଟାଂଶଗୁଡିକ ମିଳିଥିଲା ​। ଖନନ ସମୟରେ କଳା-ଚମକଦାର ବାସନ, ଟେରାକୋଟା ମୂର୍ତ୍ତି ଏବଂ ସ୍ଥାପତ୍ୟ ଉପାଦାନଗୁଡ଼ିକର ପ୍ରମାଣ ମଧ୍ୟ ପ୍ରକାଶ ପାଇଥିଲା।

ପ୍ରତ୍ନତତ୍ତ୍ୱବିତ୍ ବି.ଆର. ମଣିଙ୍କ ଅନୁଯାୟୀ ଖନନଗୁଡିକ ଖ୍ରୀଷ୍ଟପୂର୍ବ ୧୭ ଶତାବ୍ଦୀର ଥିଲା। ମଣି କହିଥିଲେ ଯେ ଏହି ଆବିଷ୍କାର ପୂର୍ବର ଚିନ୍ତାଧାରାକୁ ଖଣ୍ଡନ କରୁଛି। ନୂଆ ରିପୋର୍ଟ ଅନୁସାରେ ଅଯୋଧ୍ୟାର ଏହି ଅଞ୍ଚଳ ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀରୁ ବିଦ୍ୟମାନ ଥିଲା।

ଖନନରେ ଗୁପ୍ତ ସମୟର ବୃହତ ସଂରଚନାର ପ୍ରମାଣ ମିଳିଥିଲା। ଯାହା ଏକ ପ୍ରମୁଖ ଧାର୍ମିକ ସ୍ଥାନ ଆଡକୁ ସୂଚାଇଥିଲା। ମୂର୍ତ୍ତି, ଟେରାକୋଟା ଏବଂ ଅନ୍ୟାନ୍ୟ ସ୍ଥାପତ୍ୟ ଉପାଦାନ ଉପରେ ଆଧାର କରି ଗୁପ୍ତ ଅବଧି ପରେ ଏହି ସ୍ଥାନ ଏକ ଧାର୍ମିକ କେନ୍ଦ୍ରରେ ପରିଣତ ହୋଇଥିଲା ବୋଲି ବିଶ୍ୱାସ କରାଯାଏ।

ଏହା ପୂର୍ବରୁ ଏହା ଏକ ଆବାସିକ କ୍ଷେତ୍ର ଥିଲା, ଯେପରି ଡ୍ରେନେଜ୍, ଚୁଲି ଏବଂ ଅନ୍ୟାନ୍ୟ ଘରୋଇ ଗଠନ ଦ୍ୱାରା ଏହା ପ୍ରମାଣିତ ହୋଇଥିଲା। କିନ୍ତୁ ପରେ ଏହାକୁ ଏକ ଧାର୍ମିକ ସ୍ଥାନରେ ପରିଣତ କରିବାର ପ୍ରମାଣ ଅଛି।

ଅଧିକ ପଢ଼ନ୍ତୁ: ଶୋଚନୀୟ ପରାଜୟର ବଡ଼ କାରଣ

ଆହ୍ଲାବାଦ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ସେମାନଙ୍କ ନିଷ୍ପତ୍ତିରେ ଏଏସଆଇ ରିପୋର୍ଟକୁ ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ଭାବରେ ବିବେଚନା କରିଥିଲେ। ୨୦୧୯ରେ ସୁପ୍ରିମକୋର୍ଟ ସ୍ବୀକାର କରିଥିଲେ ଯେ, ମସଜିଦ ଖାଲି ଜମିରେ ନିର୍ମିତ ହୋଇନାହିଁ। ସେଠାରେ ଏକ ମନ୍ଦିର ପରି ଢାଞ୍ଚା ବିଦ୍ୟମାନ ଥିଲା। 

ବି.ଆର.ମଣି ଏହି ଏଏସଆଇ ରିପୋର୍ଟକୁ ସାର୍ବଜନୀନ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ ଯାହା ଦ୍ବାରା ସାଧାରଣ ଜନତା ଏହି ଅଞ୍ଚଳର ଐତିହାସିକ ତଥ୍ୟ ବିଷୟରେ ସଠିକ୍ ସୂଚନା ପାଇପାରିବେ।

ଅଧିକ ପଢ଼ନ୍ତୁ: ଏହା ଆମର ଲଢ଼େଇ ନୁହେଁ: ସିରିଆ ଗୃହଯୁଦ୍ଧ ନେଇ ଟ୍ରମ୍ପଙ୍କ ମନ୍ତବ୍ୟ