file photo
ନୂଆଦିଲ୍ଲୀ : ଓଡ଼ିଶା ସମେତ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଓ ଆସାମ ପକ୍ଷରୁ ‘ମଡେଲ ବିଲ୍ ଫର୍ ଫ୍ଲଡ୍ ପ୍ଲେନ ଜୋନିଂ’ ଅଧିନିୟମ ପ୍ରସ୍ତୁତ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇଛି କି ନାହିଁ ସେ ସଂପର୍କରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ଆକ୍ସନ ଟେକେନ୍ ରିପୋର୍ଟ ନିରବ ରହିଛି। ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କେନ୍ଦ୍ର ଜଳସଂପଦ ସଂପର୍କିତ ସ୍ଥାୟୀ କମିଟି। ଲୋକସଭା ସାଂସଦ ସଞ୍ଜୟ ଜୟସ୍ବାଲଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି।
କମିଟି ରିପୋର୍ଟରେ କୁହାଯାଇଛି, ଯେତେବେଳେ ବନ୍ୟା ଆସିଥାଏ ଉପରୋକ୍ତ ରାଜ୍ୟଗୁଡ଼ିକରେ ବହୁ ଧନଜୀବନ ହାନି ହୋଇଥାଏ। କମିଟି ପକ୍ଷରୁ କୁହାଯାଇଛି, କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ କେବଳ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଜାରି କରିଦେଲେ ଆଶାନୁରୂପ ପରିଣାମ ହାସଲ କରିପାରିବ ନାହିଁ। ରାଜ୍ୟମାନଙ୍କୁ ପର୍ଯ୍ୟାୟକ୍ରମ ଉତ୍ସାହ ସହିତ ବିଲ୍କୁ ଆପଣାଇବା ପାଇଁ ମନ୍ତ୍ରାଳୟକୁ ପ୍ରବର୍ତ୍ତାଇବାକୁ ପଡ଼ିବ। ଆବଶ୍ୟକ ମତେ ରାଜ୍ୟମାନେ ସାମାଜିକ ଓ ଅର୍ଥନୈତିକ ବାସ୍ତବତାକୁ ଦୃଷ୍ଟିରେ ରଖି ‘ମଡେଲ୍ ବିଲ୍ ଫର୍ ଫ୍ଲଡ୍ ପ୍ଲେନ୍ ଜୋନିଂ’କୁ ପରିବର୍ତ୍ତନ କରିପାରିବେ। ଫ୍ଲଡ୍ ପ୍ଲେନ୍ ଜୋନିଂକୁ କ୍ରିୟାନ୍ବୟନ ପାଇଁ ରାଜ୍ୟମାନଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ଉପରେ ବିଚାର କରିବା ପାଇଁ କମିଟି କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟକୁ ପରାମର୍ଶ ଦେଇଛି। କେବଳ ମଣିପୁର, ଉତ୍ତରାଖଣ୍ଡ ଓ ରାଜସ୍ଥାନ ଏହି ଆଇନ ପ୍ରଣୟନ କରିଛନ୍ତି।
Follow Us