ବିଲଡର ସ୍ୱାମୀଙ୍କ ସହ ବଢୁଥିବା ନିବିଡ଼ତାକୁ ସହିପାରିଲେନି ପତ୍ନୀ, ସୁପାରୀ ଦେଇ ମଡେଲଙ୍କୁ କଲେ ହତ୍ୟା

ବିଲଡର ସ୍ୱାମୀଙ୍କ ସହ ବଢୁଥିବା ନିବିଡ଼ତାକୁ ସହିପାରିଲେନି ପତ୍ନୀ, ସୁପାରୀ ଦେଇ ମଡେଲଙ୍କୁ କଲେ ହତ୍ୟା

ପାଟନା: ନିଜ ସ୍ୱାମୀଙ୍କ ସହ ମଡେଲଙ୍କର ଅନ୍ତରଙ୍ଗ ହେବାକୁ ପତ୍ନୀ ଗ୍ରହଣ କରିପାରିଲେନି ଆଉ ସୁପାରୀ ଦେଇ ହତ୍ୟା କଲେ | ବିହାର ପାଟନାର ଚର୍ଚ୍ଚିତ ମଡେଲ ମୋନା ରାୟଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ କିଛି ଏଭଳି ସଙ୍ଗୀନ ତଥ୍ୟ ସାମ୍ନାକୁ ଆସିଛି | ଗତ ୧୨ ତାରିଖ ଦିନ କିଛି ଅଜ୍ଞାତ ବ୍ୟକ୍ତି ରାଜୀବ ନଗର ଥାନା ଅଧୀନସ୍ଥ ରାମନଗରୀ ବାସଭବନ ନିକଟରେ ମୋନାଙ୍କୁ ଗୁଳି କରିଥିଲେ। ଝିଅ ସହ ମୋନା ଏକ ସ୍କୁଟିରେ ଆସି ଘର ଭିତରକୁ ଯାଉଥିବାବେଳେ ତାଙ୍କୁ ଗୁଳି କରାଯାଇଥିଲା। ଗୁଳି ମୋନାଙ୍କ ଦେହରେ ବାଜିଥିବାବେଳେ ଝିଅ ଅଳ୍ପକେ ବର୍ତ୍ତି ଯାଇଥି‌ଲେ।

ଗୁରୁତର ଆହତ ମୋନାଙ୍କର ପାଟନା ଇନ୍ଦିରା ଗାନ୍ଧି ଇନଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ ସାଇନ୍ସେସ୍‌ ହସ୍ପିଟାଲରେ ଚିକିତ୍ସା ଚାଲିଥିବାବେଳେ ମୃତ୍ୟୁ ହୋଇଥିଲା । ଆଉ ଘଟଣାର ୧୩ ଦିନ ପରେ ପୁଲିସ ଆଜି ହତ୍ୟାକାରୀ ଓ ମାଷ୍ଟରମାଇଣ୍ଡଙ୍କ ବାବଦରେ ବିସ୍ତୃତ ସୂଚନା ଦେଇଛି | ପୁଲିସର କହିବା ମୁତାବକ ଜଣେ ବିଲଡରଙ୍କ ପତ୍ନୀ ହିଁ ସୁପାରୀ ଦେଇ ମୋନାଙ୍କର ହତ୍ୟା କରିଛନ୍ତି | ଯେତେବେଳେ ମୋନାଙ୍କର କଲ ଡିଟେଲସ ଯାଞ୍ଚ କରାଯାଇଥିଲା, ସେତେବେଳେ ଜଣେ ବିଲଡର(ରାଜୁ)ଙ୍କ ନାମ ସାମ୍ନାକୁ ଆସିଥିଲା | ଆଉ ପୁଲିସ ଯେତେବେଳେ ତାଙ୍କୁ ପଚରାଉଚୁରା କରିଥିଲା କୌଣସି ତଥ୍ୟ ମିଳିନଥିଲା |

ଏହା ପରେ ବିଲଡରଙ୍କ ପତ୍ନୀଙ୍କର କଲ ଡିଟେଲସ ଯାଞ୍ଚ କରିବାରୁ ଜଣେ ସୁପାରୀ କିଲର ଭୀମ ଯାଦବର ନମ୍ବର ମିଳିଥିଲା | ଏହା ପରେ ଭୀମ ଯାଦବଙ୍କୁ ଗିରଫ କରିବାରୁ ସେ ହତ୍ୟାକାଣ୍ଡ ପଛରେ ବିଲଡରଙ୍କ ପତ୍ନୀଙ୍କ ହାତ ଥିବାର କହିଥିଲା | ତେବେ ହତ୍ୟାକାଣ୍ଡ ପଛର କାରଣ ଏୟା ଥିଲା ଯେ ବିଲଡରଙ୍କ ସହ ମୋନାଙ୍କର ନିବିଡ଼ତା ଦିନକୁ ଦିନ ବଢିଥିଲା | ଏହା ସହ ବିଲଡରଜଣକ ମୋନାଙ୍କୁ ଏକ ଫ୍ଲାଟ ମାଗଣାରେ ଉପହାର ମଧ୍ୟ ଦେଇଥିଲା | ଯାହାକୁ ତାଙ୍କ ପତ୍ନୀ ସହ୍ୟ କରିପାରିନଥିଲେ, ତେଣୁ ୫ ଲକ୍ଷ ଟଙ୍କା ସୁପାରୀ ଦେଇ ହତ୍ୟା କରିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe