ରାଜ୍ୟକୁ ଟିକା ଯୋଗାଣ ପ୍ରସ୍ତାବକୁ ‘ମଡର୍ଣ୍ଣା’ର ପ୍ରତ୍ୟାଖ୍ୟାନ, କେବଳ ଭାରତ ସରକାର ହିଁ କିଣିପାରିବେ

Advertisment
ଦୁଇଦିନ ମଧ୍ୟରେ ଭାରତରେ ପହଞ୍ଚିବ ପ୍ରଥମ ବ୍ୟାଚ ମଡର୍ଣ୍ଣା ଟିକା !

Time Magazine

ଚଣ୍ଡିଗଡ଼: ଆମେରିକାର ଭେଷଜ ସଂସ୍ଥା ମଡର୍ଣ୍ଣା ସିଧାସଳଖ ରାଜ୍ୟକୁ ଟିକା ଯୋଗାଇବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ବୋଲି ଆଜି ପଂଜାବ ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଟିକା ଅଭାବକୁ ଦୃଷ୍ଟିରେ ରଖି ଅମରିନ୍ଦର ସିଂହଙ୍କ ସରକାର ମଡର୍ଣ୍ଣା ସହ ଯୋଗାଯୋଗ କରି ଟିକା ପଠାଇବାକୁ ପ୍ରସ୍ତାବ ଦେଇଥିଲେ। ତେବେ ମଡର୍ଣ୍ଣା ଏଭଳି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ସିଧାସଳଖ କୌଣସି ରାଜ୍ୟକୁ ଟକା ଦେବା ଆମ ନୀତି ବିରୋଧୀ ବୋଲି କହିଛି।

ଭାରତ ସରକାରଙ୍କ ମାଧ୍ୟମରେ ହିଁ ଆମେ ଟିକା ଉପଲବ୍ଧ କରାଇ ପାରିବୁ ବୋଲି ମଡର୍ଣ୍ଣା କହିଛି। ପଂଜାବ ସରକାର ଫାଇଜର, ଜନ୍‌ସନ୍‌ ଆଣ୍ଡ ଜନ୍‌ସନ ଟିକା ଏବଂ ସ୍ପୁଟ୍‌ନିକ ଭି ଟିକା ହାସଲ କରିବା ପାଇଁ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି। ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ପ୍ରାୟ ୯ କୋଟି ଲୋକ ମଡର୍ଣ୍ଣା ଟିକା ନେଇଥିବା ଜଣାପଡ଼ିଛି। ଭାରତରେ ପ୍ରାୟ ୧୨ଟି ରାଜ୍ୟ ସିଧାସଳଖ ବିଦେଶୀ କମ୍ପାନିଗୁଡ଼ିକଠାରୁ ଟିକା କିଣିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ବେଳେ ମଡର୍ଣ୍ଣା ଭଳି ଯଦି ଅନ୍ୟ ସଂସ୍ଥାମାନେ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିବେ ତା’ହେଲେ ଏହି ପ୍ରକ୍ରିୟା ସଫଳ ହେବନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe