୬ମାସରୁ ଆରମ୍ଭ କରି ୧୨ବର୍ଷର ପିଲାମାନଙ୍କ ପାଇଁ କୋଭିଡ୍-୧୯ ଟିକା ପରୀକ୍ଷା ଆରମ୍ଭ କଲା ମୋଡେର୍ଣ୍ଣା

Advertisment
୬ମାସରୁ ଆରମ୍ଭ କରି ୧୨ବର୍ଷର ପିଲାମାନଙ୍କ ପାଇଁ କୋଭିଡ୍-୧୯ ଟିକା ପରୀକ୍ଷା ଆରମ୍ଭ କଲା ମୋଡେର୍ଣ୍ଣା

Stat News

ନୂଆଦିଲ୍ଲୀ: ୬ମାସରୁ ଆରମ୍ଭ କରି ୧୨ବର୍ଷର ପିଲାମାନଙ୍କ ପାଇଁ କୋଭିଡ୍-୧୯ ଟିକା ପରୀକ୍ଷା ଆରମ୍ଭ କରିଛି ମୋଡେର୍ଣ୍ଣା। ଏ ନେଇ ଆଜି ଆମେରିକାର ନିର୍ମାତା ମୋଡେର୍ଣ୍ଣା ଘୋଷଣା କରିଛି। ଟିକା ପରୀକ୍ଷାରେ ପ୍ରାୟ ୬,୭୫୦ ‌ସ୍ବେଚ୍ଛାସେବୀଙ୍କୁ ସାମିଲ କରିବା ପାଇଁ କମ୍ପାନି ଯୋଜନା କରିଛି।

ଆମେରିକା ଏବଂ କାନାଡାର ସୁସ୍ଥ ପିଲାମାନଙ୍କ ଉପରେ ଏମଆରଏନଏ-୧୨୭୩ର ପର୍ଯ୍ୟାୟ ୨/୩ ପରୀକ୍ଷା ଆରମ୍ଭ କରି ଆମେ ଖୁସି। ଏହି ପରୀକ୍ଷା ଆମକୁ ଟିକାର ନିରାପତ୍ତା ଏବଂ ଟିକା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସକ୍ଷମ କି ନାହିଁ, ତାହା ମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରିବ ବୋଲି ସିଇଓ ଷ୍ଟିଫେନ୍ ବାନସେଲ ଏକ ବିବୃତିରେ କହିଛନ୍ତି।

publive-image The Economic Times

ସୂଚନା ମୁତାବକ, ଆମେରିକାରେ ୧୭.୮ ନିୟୁତ ବୟସ୍କ ବ୍ୟକ୍ତି ମୋଡେର୍ଣ୍ଣା ଟିକା ଗ୍ରହଣ କରିଛନ୍ତି। ଦେଶରେ କରୋନାଭାଇରସ୍ ମହାମାରୀ ବିରୋଧରେ ଟିକାକରଣ କାର୍ଯ୍ୟକ୍ରମକୁ ଆହୁରି ତ୍ବରାନ୍ବିତ କରିବାକୁ ସରକାର ଚେଷ୍ଟା କରୁଥିବା ବେଳେ ଆମେରିକାରେ ୫୩୫,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆମେରିକାରେ ଫାଇଜର, ମୋଡେର୍ଣ୍ଣା ଏବଂ ଜନସନ ଆଣ୍ଡ ଜନସନ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ଏବଂ କମ୍ପାନିଗୁଡିକ ବର୍ଷ ମଧ୍ୟଭାଗ ସୁଦ୍ଧା ଆମେରିକାର ସମସ୍ତ ବୟସ୍କଙ୍କୁ ଟିକା ପ୍ରଦାନ କରିବାକୁ ସ୍ଥିର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe