ପରୀକ୍ଷାମୂଳକ କୋଭିଡ୍‌-୧୯ ଟିକା ୯୪%ରୁ ଅଧିକ ଫଳପ୍ରଦ ହୋଇଥିବା ‘ମଡର୍ଣ୍ଣା’ର ଦାବି

ପରୀକ୍ଷାମୂଳକ କୋଭିଡ୍‌-୧୯ ଟିକା ୯୪%ରୁ ଅଧିକ ଫଳପ୍ରଦ ହୋଇଥିବା ‘ମଡର୍ଣ୍ଣା’ର ଦାବି

Image Courtesy of NBC10 Philadelphia

ୱାସିଂଟନ୍: ‘ମଡର୍ଣ୍ଣା’ର ପରୀକ୍ଷାମୂଳକ କୋଭିଡ୍‌-୧୯ ଟିକା ୯୪.୫% ଫଳପ୍ରଦ ବୋଲି ୩୦, ୦୦୦ ସ୍ବେଚ୍ଛାସେବୀଙ୍କ ଠାରେ ହୋଇଥିବା ନୈଦାନିକ ପରୀକ୍ଷାର ପ୍ରାରମ୍ଭିକ ଫଳାଫଳକୁ ଆଧାର କରି ସୋମବାର ଦିନ କମ୍ପାନି କହିଛି।

ଗୁରୁତର ରୋଗ ସମେତ ଆମ ଟିକା କୋଭିଡ୍‌-୧୯ ରୋଗ ପ୍ରତିରୋଧ କରିପାରିବ ବୋଲି ତୃତୀୟ ପର୍ଯ୍ୟାୟ ଅଧ୍ୟୟନରୁ ପ୍ରାପ୍ତ ମଧ୍ୟବର୍ତ୍ତୀକାଳୀନ ବିଶ୍ଳେଷଣ ଆମକୁ ପ୍ରଥମ ନୈଦାନିକ ବୈଧ୍ୟତା ଦେଇଛି ବୋଲି ମଡର୍ଣ୍ଣାର ସିଇଓ ଷ୍ଟିଫେନ୍‌ ବେନ୍‌ସେଲ୍‌ କହିଛନ୍ତି।

‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଆଲର୍ଜି ଆଣ୍ଡ୍‌ ଇନ୍‌ଫେକ୍‌ସିଅସ୍‌ ଡିଜିଜ୍‌’ର ସହ ମିଳିତ ଭାବେ ମଡର୍ଣ୍ଣା ଏହି ଟିକା ବିକଶିତ କରିଛି। ଏହି ଟିକା ପ୍ରୟୋଗ କରାଯାଇଥିବା ୩୦, ୦୦୦ ସ୍ବେଚ୍ଛାସେବୀଙ୍କ ମଧ୍ୟରୁ ୯୫ଜଣ କରୋନାଭାଇରସ୍‌ଦ୍ବାରା ସଂକ୍ରମିତ ହୋଇଛନ୍ତି। ଏହାଛଡ଼ା ଏହି ଟିକାର ଦ୍ବିତୀୟ ଡୋଜ୍‌ ନେଇଥିବା ଦଳେ ସ୍ବେଚ୍ଛାସେବୀଙ୍କ ମଧ୍ୟରେ ୫ଟି ସଂକ୍ରମଣ ମାମଲା ଦେଖାଦେଇଛି।

publive-image Image Courtesy of ET Health World

ଏକ ବିବୃତିରେ ବେନ୍‌ସେଲ୍‌ କହିଛନ୍ତି, ଆମ କୋଭିଡ୍‌-୧୯ ଟିକାର ଏହା ହେଉଛି ଗୁରୁତ୍ବପୂର୍ଣ୍ଣ ସମୟ। ସମଗ୍ର ବିଶ୍ବରେ ଯଥା ସମ୍ଭବ ଅଧିକ ଲୋକଙ୍କୁ ବଞ୍ଚାଇବା ଲକ୍ଷ୍ୟରେ ଜାନୁଆରି ପ୍ରାରମ୍ଭରୁ ଆମେ ଭୂତାଣୁକୁ ଘଉଡ଼ାଇବ‌ାରେ ଲାଗିଛନ୍ତି। ପ୍ରତ୍ୟେକ ଦିନର କିଛି ନା କିଛି ଗୁରୁତ୍ବ ଥିବା କଥା ଆମେ ପ୍ରାରମ୍ଭରୁ ଜାଣିଛନ୍ତି।

ସେଭଳି କୌଣସି ଉଲ୍ଲେଖନୀୟ ପାର୍ଶ୍ବ ପ୍ରତିକ୍ରିୟା ନ ଥିବାରୁ ଏହି ଟିକା ନିରାପଦ ଏବଂ ସହଣୀୟ ବୋଲି ମାସାଚ୍ୟୁସେଟ୍‌ସ୍‌ର କେମ୍ବ୍ରିଜ୍‌ ସହରରେ ଅବସ୍ଥିତ ମଡର୍ଣ୍ଣା କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe