ନୂତନ ଗୁଣସୂତ୍ରଧାରୀ କରୋନାଭାଇରସର ମୁକାବିଲା କରିବାକୁ ସକ୍ଷମ ମଡର୍ଣ୍ଣା !

ନୂତନ ଗୁଣସୂତ୍ରଧାରୀ କରୋନାଭାଇରସର ମୁକାବିଲା କରିବାକୁ ସକ୍ଷମ ମଡର୍ଣ୍ଣା !

ନୂଆଦିଲ୍ଲୀ: କରୋନା ଭୂତାଣୁର ନୂଆ ଷ୍ଟ୍ରେନକୁ ନେଇ ଏବେ ଲୋକଙ୍କ ମନରେ ଭୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ମାନବ ପରୀକ୍ଷଣ ଚାଲିଥିବା କରୋନା ଟିକା ନୂଆ ଷ୍ଟ୍ରେନର ମୁକାବିଲା କରି ପାରିବ କି ନାହିଁ, ସେ ନେଇ ଆଲୋଚନା ଚାଲିଛି। ଏ ମଧ୍ୟରେ ଆମେରିକାର ଭେଷଜ କମ୍ପାନି ମଡର୍ଣ୍ଣା କରିଥିବା ଦାବିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବ୍ରିଟେନରେ ବ୍ୟାପୁଥିବା ନୂତନ ଗୁଣସୂତ୍ରଧାରୀ କରୋନାଭାଇରସର ମୁକାବିଲା କରିବାରେ ମଡର୍ଣ୍ଣା ଟିକା ସମ୍ପୂର୍ଣ୍ଣ ପ୍ରଭାବଶାଳୀ ବୋଲି କମ୍ପାନି ଦାବି କରିଛି।

publive-image aajtak

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧୮ରେ ମଡର୍ଣ୍ଣା’ ପ୍ରସ୍ତୁତ କରୋନାଭାଇରସ୍‌ ଟିକାର ଜରୁରୀକାଳୀନ ବ୍ୟବହାର କରିବାକୁ ଯୁକ୍ତରାଷ୍ଟ୍ର ଆମେରିକାର ‘ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ର ପରାମର୍ଶଦାତା କମିଟି ଅନୁମୋଦନ କରିଥିଲା। ୧୮ ବର୍ଷ ଏବଂ ତହିଁରୁ ଊର୍ଦ୍ଧ୍ୱ ବୟସ ବର୍ଗଙ୍କ କ୍ଷେତ୍ରରେ ‘ମଡର୍ଣ୍ଣା ଟିକା’ର ବିଶେଷ ବିପଦର କାରଣ ହୋଇ ନ ଥିବାରୁ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା। ଏପର୍ଯ୍ୟନ୍ତ ମଡର୍ଣ୍ଣା ଟିକାର ପାର୍ଶ୍ବ ପ୍ରତିକ୍ରିୟା ନେଇ କୌଣସି ଖବର ଆସି ନଥିବା ବେଳେ ମଡର୍ଣ୍ଣା ଟିକା ନୂତନ ଗୁଣସୂତ୍ରଧାରୀ କରୋନାଭାଇରସର ମୁକାବିଲା କରିବାକୁ ସକ୍ଷମ ବୋଲି ଦାବି କରି ଚର୍ଚ୍ଚାରେ ରହିଛି କମ୍ପାନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe