ଫାଇଜର ପରେ ମଡର୍ଣ୍ଣା ଟିକା ନେଇଥିବା ସ୍ବେଚ୍ଛାସେବୀଙ୍କ ଶରୀରରେ ଦେଖାଦେଲା ପାର୍ଶ୍ବ ପ୍ରତିକ୍ରିୟା

ଫାଇଜର ପରେ ମଡର୍ଣ୍ଣା ଟିକା ନେଇଥିବା ସ୍ବେଚ୍ଛାସେବୀଙ୍କ ଶରୀରରେ ଦେଖାଦେଲା ପାର୍ଶ୍ବ ପ୍ରତିକ୍ରିୟା

ନୂଆଦିଲ୍ଲୀ: ବିଶ୍ବର  ଦୁଇ ପ୍ରମୁଖ ଫାର୍ମା କମ୍ପାନି ମଡର୍ଣ୍ଣା ଓ ଫାଇଜର ପକ୍ଷରୁ ପୃଥକ୍‌ ପୃଥକ୍‌ ଭାବେ ବିକଶିତ କୋଭିଡ୍‌-୧୯ ଟିକାର ଗୁରୁତ୍ବପୂର୍ଣ୍ଣ ତୃତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ଆରମ୍ଭ କରାଯାଇଥିଲା । କିଛି ଦିନ ତଳେ ‘ଫାଇଜର୍’ ଏବଂ ‘ବାୟୋଏନ୍‌ଟେକ୍‌’ଦ୍ବାରା ମିଳିତ ଭାବେ ବିକଶିତ ଟିକା କୋଭିଡ୍‌-୧୯ ସଂକ୍ରମଣ ପ୍ରତିରୋଧ କରିବାରେ ୯୦% ଫଳପ୍ରଦ ହୋଇଥିବା କଥା ସମ୍ପ୍ରତି ଚାଲିଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷଣରୁ ଜଣାପଡ଼ିଥିଲା। କିନ୍ତୁ  ଟିକା ନେବା ପରେ ସ୍ବେଚ୍ଛାସେବୀଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଉଥିବା କଥା ସାମ୍ନାକୁ ଆସିଥିଲା। ସେହିଭଳି ଡିସେମ୍ବରରେ କରୋନା ଟିକା ଉପଲବ୍ଧ ହେବା ନେଇ ମଡର୍ଣ୍ଣା ଦାବି କରୁଥିବା ବେଳେ ଏବେ ଉକ୍ତ କମ୍ପାନି  ବିକଶିତ କରୁଥିବା ଟିକାର ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଉଥିବା ଜଣା ପଡ଼ିଛି।

The world's biggest coronavirus vaccine study begins, a U.S. trial that will include 30,000 people to see if the shots really work CNBC.com

ମଡର୍ଣ୍ଣା ଟିକାର  ପରୀକ୍ଷଣରେ ଭାଗ ନେଇଥିବା ଜଣେ ସ୍ବେଚ୍ଛାସେବୀ ଟିକା ନେବା ପରେ ତାଙ୍କୁ ଜ୍ବର ହେବା ସହ ଶରୀରରେ ଯନ୍ତ୍ରଣା ହେଉଥିବା କଥା କହିଛନ୍ତି। ସ୍ବେଚ୍ଛାସେବୀ ଜ୍ୟାକ୍ ମର୍ନିଙ୍ଗଷ୍ଟାର କହନ୍ତି, ‘ପ୍ରଥମେ କରୋନ ଟିକା ନେବା ପରେ ମୁଁ କିଛି ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରିଥିଲି। ମୋତେ ଟିକେ ଥକ୍କା ଲାଗିବା ସହ ଟିକା ନେବା ପରଦିନ ମୋତେ ଜ୍ୱର ହୋଇଥିଲା।’ ତେବେ ପାର୍ଶ୍ବ ପ୍ରତିକ୍ରିୟା ସତ୍ତ୍ବେ ସେ ଲୋକଙ୍କୁ ଏହି ଟିକା ନେବାକୁ ପରାମର୍ଶ ଦେଇଛନ୍ତି । ତାଙ୍କ କହିବା ମୁତାବକ, ଜ୍ବର ଆସିଥିଲେ ମଧ୍ୟ ମୋର କରୋନା ରିପୋର୍ଟ ନେଗେଟିଭ ଆସିଥିଲା। ଟିକା ଉପଲବ୍ଧ ହେବା ପରେ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ପାଇଁ ଆପଣମାନେ ଟିକା ନେବାରେ ପଛଘୁଞ୍ଚା ନ ଦେବାକୁ ଅନୁରୋଧ । କାରଣ ଏହା କରୋନା ଭଳି ମାରାତ୍ମକ ଭୂତାଣୁଠାରୁ ସୁରକ୍ଷା ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe