ଜମି ‌ରେକର୍ଡସ୍‌ ଆଧୁନିକୀକରଣ: ଖର୍ଚ୍ଚ ହୋଇପାରିନି ୫୫.୨୮ କୋଟି, ଷ୍ଟାଣ୍ଡିଂ କମିଟିର ଉଦ୍‌ବେଗ

Advertisment
ଶିଳ୍ପ, ଖଣି ଗିଳିଦେଲେ ଲ‌କ୍ଷେ ଏକର ଚାଷଜମି

Flickr

ନୂଆଦିଲ୍ଲୀ : ଧାର୍ଯ୍ୟ ସମୟ ମଧ୍ୟରେ ଓଡ଼ିଶାରେ ଖର୍ଚ୍ଚ ହୋଇପାରିନି ଡିଜିଟାଲ୍‌ ଇଣ୍ଡିଆ ଜମି ରେକର୍ଡସ୍‌ ଆଧୁନିକୀକରଣ ଯୋଜନା(ଡିଆଇଏଲ୍‌ଆର୍‌ଏମ୍‌ପି) ପାଣ୍ଠି। କେନ୍ଦ୍ର ସରକାର ଏହି ଯୋଜନାରେ ଓଡ଼ିଶାକୁ ୧୨୧.୨୮ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଜାନୁଆରି ୧୦, ୨୦୨୨ ସୁଦ୍ଧା ୬୫.୯୯ କୋଟି ଟଙ୍କା ଖର୍ଚ୍ଚହୋଇଛି। ଅବଶିଷ୍ଟ ୫୫.୨୮ କୋଟି ଟଙ୍କା ବଳକା ରହିଛି। ଖାଲି ଓଡ଼ିଶା କାହିଁକି, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ହିମାଚଳ ପ୍ରଦେଶରେ ମଧ୍ୟ ଉଦ୍ଦିଷ୍ଟ ଅର୍ଥ ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ ହୋଇପାରିନାହିଁ। ଏହାକୁ ନେଇ ସାଂସଦ ପ୍ରତାପରାଓ ଗଣପତରାଓ ଯାଦଭଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଜମି ସଂପଦ ବିଭାଗ ସଂସଦୀୟ ଷ୍ଟାଣ୍ଡିଂ କମିଟି ଉଦ୍‌ବେଗ ପ୍ରକାଶ କରିଛି। କମିଟି ରିପୋର୍ଟକୁ ସଂସଦରେ ଉପସ୍ଥାପନ କରାଯାଇଛି।

ରିପୋର୍ଟରେ ଉଲ୍ଲେଖ ସୂଚନା ମୁତାବକ, ଏହି ଯୋଜନାରେ ୨୦୧୯-୨୦ ରେ ୩୯୮.୫୪ କୋଟି ଟଙ୍କା,୨୦୨୦-୨୧ ରେ ୪୯୨.୮୨ କୋଟି ଟଙ୍କା ଓ ୨୦୨୧-୨୨ ରେ ୫୩୬.୫୭ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ବଳକା ରହିଛି। ଏହା ପଛରେ କରୋନା ଓ ଅନ୍ୟ କାରଣ ଥିବା ଭୂ ରେକର୍ଡ ବିଭାଗ ପକ୍ଷରୁ କମିଟିକୁ କୁହାଯାଇଛି। ମାର୍ଚ ୩୧, ୨୦୨୨ ସୁଦ୍ଧା ବଳକା ପାଣ୍ଠିକୁ ଖର୍ଚ୍ଚ କରିବା ପାଇଁ ରାଜ୍ୟମାନଙ୍କୁ କୁହାଯାଇଥିବା କମିଟିକୁ ଅବଗତ କରାଯାଇଛି। ଓଡ଼ିଶାରେ ୯୦ ପ୍ରତିଶତରୁ ଅଧିକ ଜମି ‌ରେକର୍ଡ କଂପ୍ୟୁଟରୀକରଣ କାର୍ଯ୍ୟ, ସଂପତ୍ତି ପଂଜୀକରଣର କାର୍ଯ୍ୟ, ଜମି ରେକର୍ଡ ଓ ସଂପତ୍ତି ପଂଜୀକରଣ ସମନ୍ବିତ କାର୍ଯ୍ୟ ‌ଶେଷ ହୋଇଥିବା ରିପୋର୍ଟରେ କୁହାଯାଇଛି। ଏହି ଯୋଜନାଟି ଶତ ପ୍ରତିଶତ କେନ୍ଦ୍ର ପ୍ରାୟୋଜିତ। ଏହାକୁ ମାର୍ଚ ୨୦୨୬ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe