ଦୁଇଦିନିଆ ଜାପାନ ଗସ୍ତରେ ମୋଦୀ

Advertisment
ଦୁଇଦିନିଆ ଜାପାନ ଗସ୍ତରେ ମୋଦୀ

ଟୋକିଓ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୨ ଦିନିଆ ଜାପାନ ଗସ୍ତରେ ଆସି ଟୋକିଓରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଏଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ପୂର୍ବରୁ ୨୦୧୬ ମସିହାରେ ମୋଦୀ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ‌େଦବାପାଇଁ ଜାପାନ ଗସ୍ତ କରିଥିଲେ। ମୋଦୀ କହିଛନ୍ତି ଯେ ଜାପାନ ଭାରତର ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ବନ୍ଧୁ। ଆମ ମଧ୍ୟରେ ଏକ ବିଶେଷ ରଣନୈତିକ ଏବଂ ବୈଶ୍ବିକ ଭାଗିଦାରିତା ରହିଛି ବୋଲି ମୋଦୀ କହିଛନ୍ତି। ଜାପାନ ଭାରତ ସହ ଆର୍ଥିକ, ପ୍ରଯୁକ୍ତି ଓ ଆଧୁନିକୀକରଣ ଦିଗରେ ସବୁଠୁ ବିଶ୍ବସନୀୟ ବନ୍ଧୁ ହୋଇପାରିଛି ଏବଂ ଭାରତ ପାଇଁ ସବୁଠାରୁ ବଡ଼ ନିବେଶକ ହୋଇପାରିଛି ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe