ପୁଣି ଥରେ କ୍ଷମତାକୁ ଆସିବେ ମୋଦୀ!

Advertisment

ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଆକଳନ

ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଆକଳନ

ପୁଣି ଥରେ କ୍ଷମତାକୁ ଆସିବେ ମୋଦୀ!

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ ପୁଣି ଏନ୍‌ଡିଏର ବିଜୟ ହେବ ଏବଂ ନରେନ୍ଦ୍ର ମୋଦୀ ହିଁ ଆଉଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି କହିଛନ୍ତି ଦେଶର ଜଣାଶୁଣା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର।
ସେ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନରେ ଏନ୍‌ଡିଏ ପୁଣି ଥରେ ସଂଖ୍ୟାଗରିଷ୍ଠତା ହାସଲ କରି ଦେଶର କ୍ଷମତା ଅକ୍ତିଆର କରିବ। ୨୦୧୯ ନିର୍ବାଚନରେ ବିଜେପି ଓ ଶିବସେନା ପରେ ଜେଡିୟୁ ସବୁଠାରୁ ବଡ ଦଳ ଭାବେ ଉଭା ହେବ ବୋଲି ପ୍ରଶାନ୍ତ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ବିଜୟରେ ପ୍ରଶାନ୍ତ କିଶୋର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୨ରେ ଅନୁଷ୍ଠିତ ହୋଇଥିବା ଗୁଜରାଟ ନିର୍ବାଚନ ସମୟରେ ମଧ୍ୟ ସେ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନୀ ରଣନୀତି ସଂଚାଳନକ କରୁଥିଳେ। ତେବେ ପରବର୍ତ୍ତୀ ସମୟରେ ଅମିତ ଶାହଙ୍କ ସହ ମନୋମାଳିନ୍ୟ ଯୋଗୁଁ ପ୍ରଶାନ୍ତ କିଶୋର ବିଜେପି ସହ ସଂପର୍କ ଛିନ୍ନ କରିଥିଲେ। ବିଜେପିରୁ ଦୂରେଇ ଯିବା ପରେ ପ୍ରଶାନ୍ତ କିଶୋର ପରବର୍ତ୍ତୀ ସମୟରେ ଜେଡିୟୁ ପାଇଁ କାମ କରିଥିଲେ ଏବଂ ଏବେ ପରେ ଅାନୁଷ୍ଠାନିକ ଭାବେ ଏହି ଦଳରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe