ବାଇଡେନ୍‌ଙ୍କ ଭଳି ସ୍ମତିବିଭ୍ରାଟ ମୋଦୀଙ୍କର ବି ହେଉଛି: ରାହୁଲ

Advertisment

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ତାଙ୍କ ସ୍ମୃତି ଶକ୍ତି ହ୍ରାସର ଲକ୍ଷଣ ଦେଖିବାକୁ ମିଳୁଛି। ଆମେରିକା ରାଷ୍ଟ୍ରପତି ଜୋ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ତାଙ୍କ ସ୍ମୃତି ଶକ୍ତି ହ୍ରାସର ଲକ୍ଷଣ ଦେଖିବାକୁ ମିଳୁଛି। ଆମେରିକା ରାଷ୍ଟ୍ରପତି ଜୋ

sfsfshfshfsfh

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ତାଙ୍କ ସ୍ମୃତି ଶକ୍ତି ହ୍ରାସର ଲକ୍ଷଣ ଦେଖିବାକୁ ମିଳୁଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଭଳି ମୋଦୀ ମଧ୍ୟ ବାରମ୍ବାର  ଭୁଲ୍‌ କରୁଛନ୍ତି ଏବଂ ଏହା ସ୍ମରଣଶକ୍ତି ହ୍ରାସର ପରିଚାୟକ ବୋଲି ରାହୁଲ କହିଛନ୍ତି। ମହାରାଷ୍ଟ୍ରର ଅମରାବତୀରେ ଏକ ରାଲିକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ୮୧ ବର୍ଷୀୟ ବାଇଡେନ ଭୁଲ୍‌ବଶତଃ ୟୁକ୍ରେନ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନସ୍କିଙ୍କୁ ଏକ କାର୍ଯ୍ୟକ୍ରମରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାବରେ ପରିଚିତ କରାଇଥିଲେ।  

ସେହିଭଳି ୭୪ ବର୍ଷୀୟ ମୋଦୀ ତାଙ୍କ ଭାଷଣରେ କହୁଛନ୍ତି ଯେ କଂଗ୍ରେସ ସମ୍ବିଧାନ ଉପରେ ଆକ୍ରମଣ କରୁଛି। ଏଭଳି ବୟାନ ସ୍ମୃତି ବିଭ୍ରାଟର ପରିଣାମ ବୋଲି କହି ରାହୁଲ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଗତ ଏକ ବର୍ଷ ଧରି ମୁଁ କହୁଛି ଯେ ବିଜେପି  ସମ୍ବିଧାନ ଉପରେ ଆକ୍ରମଣ କରୁଛି। କିନ୍ତୁ କଂଗ୍ରେସ ସମ୍ବିଧାନ ଉପରେ ଆକ୍ରମଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହୁଛନ୍ତି।   ପୁଣି ଥରେ ଦେଶବ୍ୟାପୀ ଜାତିଗତ ଜନଗଣନା କରିବାକୁ ଦାବି କରିବା ସହ ମୋଦୀ ସରକାର ଏହି କାର୍ଯ୍ୟ କରିବାକୁ ମୁଁ ଅନରୋଧ କରିଛି ବୋଲି ରାହୁଲ କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ସ୍ମୃତି ବିଭ୍ରାଟ କାରଣରୁ ମୁଁ (ରାହୁଲ) ଜାତିଗତ ଜନଗଣନାକୁ ବିରୋଧ କରୁଛି ବୋଲି ମଧ୍ୟ କହିପାରନ୍ତି ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe