ବେଜିଂ: କିର୍ଗିଜ୍ସ୍ତାନର ରାଜଧାନୀ ବିସ୍କେକ୍ରେ ୧୩ ଓ ୧୪ ଜୁନ୍ରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ)ର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ହେବ। ମୋଦୀ-ଜିନ୍ପିଙ୍ଗ୍ ଆଲୋଚନା ନେଇ ଉଭୟ ଦେଶର ବିଦେଶ ମନ୍ତ୍ରାଳୟ ସ୍ପଷ୍ଟ କରିଛନ୍ତି। ମୋଦୀ-ଜିନ୍ପିଙ୍ଗ୍ଙ୍କ ବୁହାନ ଶିଖର ସମ୍ମିଳନୀ ପରେ ଦୁଇ ଦେଶର ଦ୍ବିପାକ୍ଷିକ ସଂପର୍କରେ ଯଥେଷ୍ଟ ସୁଧାର ହୋଇଥିବାରୁ ଏହି ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ଉଭୟ ରାଷ୍ଟ୍ର ତତ୍ପରତା ଦେଖାଇଛନ୍ତି।
ଏସ୍ସିଓ ସମ୍ମିଳନୀରେ ମୋଦୀ-ଜିନ୍ପିଙ୍ଗ୍ ଦ୍ବିପାକ୍ଷିକ ଆଲୋଚନା
Advertisment
Follow Us