ଅଚାନକ୍ ନିର୍ମାଣାଧୀନ ନୂଆ ସଂସଦ ଭବନରେ ପହଞ୍ଚିଗଲେ ମୋଦୀ

Advertisment
ଅଚାନକ୍ ନିର୍ମାଣାଧୀନ ନୂଆ ସଂସଦ ଭବନରେ ପହଞ୍ଚିଗଲେ ମୋଦୀ

ନୂଆଦିଲ୍ଲୀ : ଦେଶର ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଅଚାନକ ସେଠାରେ ପହଞ୍ଚିଯାଇଥିଲେ । ସେ ଏଠାରେ ଏକ ଘଣ୍ଟାରୁ ଅଧିକ ସମୟ ବିତାଇଥିଲେ। ଏହି ଅବସରରେ  ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ । ସଂସଦର ଉଭୟ ଗୃହରେ ଉପଲବ୍ଧ ସୁବିଧାସୁଯୋଗ ମଧ୍ୟ ସେ ଦେଖିଥିଲେ। ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।

ଡିସେମ୍ବର ୧୦, ୨୦୨୦ରେ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନର ଶିଳାନ୍ୟାସ କରିଥିଲେ। କେନ୍ଦ୍ର ସରକାର ୨୦୧୯ରେ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ ପ୍ରକଳ୍ପ ଆରମ୍ଭ କରିଥିଲେ, ଯେଉଁଥିରେ ନୂଆଦିଲ୍ଲୀରେ ଏକ ନୂତନ ସଂସଦ ଭବନ ନିର୍ମାଣ ସହିତ ଅନ୍ୟାନ୍ୟ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

ସୂଚନା ଅନୁଯାୟୀ, ୨୦୨୦ରେ ଟାଟା ପ୍ରୋଜେକ୍ଟକୁ ୮୬୧.୯ କୋଟି ଟଙ୍କାରେ ଏହି ଠିକା ଦିଆଯାଇଥିଲା। ଯାହାର ମୂଲ୍ୟ ପରେ ପ୍ରାୟ ୧୨୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଜାତୀୟ ପକ୍ଷୀ ମୟୂର ବିଷୟବସ୍ତୁ କୁ ନେଇ ନୂଆ ସଂସଦ ଭବନର ଲୋକସଭା ଭବନ ନିର୍ମାଣ ପାଇଁ ଯୋଜନା କରାଯାଇଛି। ପୁରୁଣା ସଂସଦ ଭବନ ଠାରୁ ଏହି ନୂତନ କୋଠା ୧୭ ହଜାର ବର୍ଗ ମିଟର ବଡ଼ ଅଟେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe