ମହାମାରୀ ସମୟରେ ଡାକ୍ତର, ସ୍ବାସ୍ଥ୍ୟ କର୍ମୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଭିସା ସ୍କିମ ଆରମ୍ଭ ହେଉ : ମୋଦୀ

Advertisment
ଘରୋଇକରଣ ସପକ୍ଷରେ ମୋଦୀଙ୍କ ବଡ଼ ବୟାନ : ବ୍ୟବସାୟ କରିବା ସରକାରଙ୍କ କାମ ନୁହେଁ

ନୂଆଦିଲ୍ଲୀ :  କରୋନା ପରି ବିଶ୍ବ ମହାମାରୀ ସମୟରେ ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ ସହଯୋଗ ରହିବା ଜରୁରୀ । ବିଶେଷକରି ଏପରି ବିପଦ ସମୟରେ ଦକ୍ଷିଣ ଏସୀୟ ଦେଶମାନେ ପରିସ୍ପରକୁ ସହାୟତା କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

କୋଭିଡ-୧୯ ମହାମାରୀ ପରିଚାଳନା ସମ୍ପର୍କରେ ଆୟୋଜିତ ଏକ ସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ମହାମାରୀ ପରି ଜରୁରୀକାଳୀନ ସମୟରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଯେପରି ଶୀଘ୍ର ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଇପାରିବେ ସେଥିପାଇଁ ଏକ ସ୍ବତନ୍ତ୍ର ଭିସା ସ୍କିମ ଆରମ୍ଭ ହେବା ଉଚିତ ।

ସେ କହିଛନ୍ତି ଯେ ଗତ ବର୍ଷଠାରୁ ଦେଶଦେଶ ମଧ୍ୟରେ ସ୍ବାସ୍ଥ୍ୟ ସମ୍ପର୍କିତ ସହଯୋଗିତା ବୃଦ୍ଧି ପାଇଛି । ଏହାକୁ ଆହୁରି ବୃଦ୍ଧି କରିବାକୁ ହେବ । ବିଶ୍ବର ବିଭିନ୍ନ ଦେଶରେ ଯେପରି ଦ୍ରୁତ ଗତିରେ ଟିକାର ଆବଣ୍ଟନ ହୁଏ ସେଥିପାଇଁ ସହଯୋଗ ବୃଦ୍ଧି ପାଇବା ଉଚିତ ।

୨୧ ଶତାବ୍ଦୀକୁ ଯଦି  ଏସିଆର ଶତାବ୍ଦୀ କରିବାକୁ ହୁଏ ତେବେ ଆମକୁ ପରସ୍ପର ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ହେବ । ବିଶେଷ କରି ଦକ୍ଷିଣ ଏସିଆ ଓ ଭାରତ ମହାସାଗରୀୟ ଦେଶଙ୍କ ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ହେବ ବୋଲି ମୋଦୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe