ଡାଭୋସ୍‌ରେ ମୋଦି: ଆଜିଠୁ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ବୈଠକ

Advertisment
ଡାଭୋସ୍‌ରେ ମୋଦି: ଆଜିଠୁ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ବୈଠକ

ନୂଆଦିଲ୍ଲୀ : ଆସନ୍ତାକାଲି ସ୍ୱିଜରଲାଣ୍ଡ୍‌ର ଡାଭୋସ୍‌ରେ ବିଶ୍ୱ ଅର୍ଥନୈତକ ମଞ୍ଚ (ଡବ୍ଲ୍ୟୁଇଏ)ର ଦୁଇଦିନିଆ ୪୮ ତମ ବାର୍ଷିକ ବୈଠକ ଆରମ୍ଭ ହେଉଛି। ଏଥିରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ସ୍ୱିଜରଲାଣ୍ଡ୍‌ରେ ପହଞ୍ଚିଛନ୍ତି। ସେ ଅନ୍ତର୍ଜାତୀୟ ରାଷ୍ଟ୍ର ସମ୍ପ୍ରଦାୟ ଆଗରେ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ସମ୍ପର୍କିତ ଦୃଷ୍ଟିକୋଣ ଉପସ୍ଥାପନ କରିବେ। ଡାଭୋସ୍‌କୁ ଗତ ୨୦ ବର୍ଷ ଭିତରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହୋଇଥିବା ବେଳେ ମୋଦିଙ୍କ ସହ ମଧ୍ୟ ଅରୁଣ ଜେଟ୍‌ଲି, ସୁରେଶ ପ୍ରଭୁ, ଧର୍ମେନ୍ଦ୍ର ପ୍ରଧାନ, ପିୟୂଷ ଗୋଏଲ, ଏମ୍‌ଜେ ଆକବର ଏବଂ ଜିତେନ୍ଦ୍ର ସିଂହଙ୍କ ପରି ୬ ଜଣ କେନ୍ଦ୍ର ମନ୍ତ୍ରୀ ରହିଛନ୍ତି।
ମୋଦି ଆଜି ସ୍ୱିସ୍‌ ପରିସଂଘର ରାଷ୍ଟ୍ରପତି ଆଲେନ୍‌ ବର୍ସେଟ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ଏବଂ ଏହାପରେ ୧୮ଟି ବିଭିନ୍ନ ଦେଶର ୪୦ ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ୨୦ ଭାରତୀୟ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ସହ ଆଲୋଚନା ବୈଠକରେ ଯୋଗ ଦେଇ ରାତ୍ରି ଭୋଜନ କରିଛନ୍ତି। ଆସନ୍ତାକାଲି ବିଶ୍ୱ ଅର୍ଥନୈତିକ ମଞ୍ଚରେ ମୋଦି ଉଦ୍‌ବୋଧନ ଦେବେ। ଏହି ଅବସରରେ ଭାରତୀୟ ମୁଖ୍ୟ କାର୍ଯ୍ୟନିର୍ବାହୀମାନଙ୍କ ସହ ମୋଦି ବିସ୍ତତ ଆଲୋଚନା ରଖିଛନ୍ତି। ମଧ୍ୟାହ୍ନରେ ମୋଦି ଡବ୍ଲ୍ୟୁଇଏର ୧୨୦ ସଦସ୍ୟ ବିଶିଷ୍ଟ ଅନ୍ତର୍ଜାତୀୟ ବ୍ୟାବସାୟିକ ପରିଷଦ ବୈଠକରେ ଯୋଗ ଦେବେ। ଏହା ବାଦ୍‌ ଭାରତରେ ବିଭିନ୍ନ ବିକାଶମୂଳକ ପଦକ୍ଷେପ ବାବଦରେ ଇନଭେଷ୍ଟ୍‍ ଇଣ୍ଡିଆ ଦ୍ୱାରା ୭ଟି ଗୋଲ୍‌ ଟେବୁଲ୍‌ ବୈଠକ ହେବାର ଯୋଜନା ରହିଛି। ଏହି ବୈଠକର ସମସ୍ତ ଅଂଶଗ୍ରହଣକାରୀଙ୍କୁ ଭାରତୀୟ ସୁସ୍ୱାଦୁ ଖାଦ୍ୟ ପରିବେଷଣ କରାଯିବାର ବ୍ୟବସ୍ଥା ହୋଇଛି। ସେହିପରି ଭାରତର ଦୁଇ ଯୋଗ ଗୁରୁଙ୍କ ଦ୍ୱାରା ଏଠାରେ ଯୋଗ କରାଯିବାର ଆୟୋଜନ ମଧ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe