ଜି-୨୦ ସମ୍ମିଳନୀରେ ଯୋଗଦେଲେ ମୋଦୀ: ସ୍ବାଗତ କଲେ ବ୍ରାଜିଲ ରାଷ୍ଟ୍ରପତି ଲୁଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲ୍‌ର ରିଓ ଡି ଜେନେରୋରେ ପହଞ୍ଚି ଜି-୨୦ ସମ୍ମିଳୀନରେ ଯୋଗ ଦେଇଛନ୍ତି।  ରିଓ ଡି ଜେନେରୋର ମ୍ୟୁଜିୟମ ଅଫ ମଡର୍ନ ଆଟ୍‌ (ଏମ୍‌ଏଏମ୍‌)ରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେଉଛି।

gdggjdgjd

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲ୍‌ର ରିଓ ଡି ଜେନେରୋରେ ପହଞ୍ଚି ଜି-୨୦ ସମ୍ମିଳୀନରେ ଯୋଗ ଦେଇଛନ୍ତି।  ରିଓ ଡି ଜେନେରୋର ମ୍ୟୁଜିୟମ ଅଫ ମଡର୍ନ ଆଟ୍‌ (ଏମ୍‌ଏଏମ୍‌)ରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେଉଛି।  ମୋଦୀ ଆଜି ବ୍ରାଜିଲ୍‌ରେ ପହଞ୍ଚିବାପରେ ବ୍ରାଜିଲ ରାଷ୍ଟ୍ରପତି ଲୁଲା ତାଙ୍କୁ ପାଛୋଟି ନେଇଛନ୍ତି। ଏଥିପାଇଁ ମୋଦୀ ଲୁଲାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜି-୨୦ ସମ୍ମିଳନୀ ଅବସରରେ ଆଜି ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ବ୍ରିଟେନ୍‌  ପ୍ରଧାନମନ୍ତ୍ରୀ କେଅର ଷ୍ଟାର୍ମରଙ୍କ ମଧ୍ୟରେ ଆଲୋଚନା ହୋଇଛି। ୨୦୧୮ ଫେବ୍ରୁଆରିରେ ଥେରେସା ମେ’ଙ୍କ ସହ କଥାବାର୍ତ୍ତା ପରେ ଏହା ଜିନପିଙ୍ଗଙ୍କର ଷ୍ଟାରମରଙ୍କ ସହ ପ୍ରଥମ ୱାନ୍‌-ଅନ୍‌-ୱାନ୍‌ କଥାବାର୍ତ୍ତା। ଅନ୍ୟପକ୍ଷେ ଜି-୨୦ ସମ୍ମିଳନୀ କାର୍ଯ୍ୟସ୍ଥଳରେ ଆଜି ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରାମାଫୋସାଙ୍କ ସହ କଥା ହୋଇଛନ୍ତି।  ମୋଦୀ ମଧ୍ୟ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍‌ଙ୍କ ସହ କଥା ହୋଇଛନ୍ତି।

ସଂସ୍କୃତ ଶ୍ଳୋକ ଗାନ କରି ମୋଦୀଙ୍କୁ ସ୍ୱାଗତ କଲେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ନେତାମାନଙ୍କ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ସୋମବାର ବ୍ରାଜିଲର ରିଓ ଡି ଜେନେରୋଠାରେ ପହଞ୍ଚିଛନ୍ତି। ଦକ୍ଷିଣ ଆମେରିକୀୟ ଦେଶର ଦ୍ବିତୀୟ ବୃହତ୍ତମ ସହରରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଏଠାରେ ଥିବା ଭାରତୀୟ ପ୍ରବାସୀମାନେ ତାଙ୍କୁ ସଂସ୍କୃତ ଶ୍ଳୋକ ଆବୃତ୍ତି କରି ସ୍ୱାଗତ କରିଥିଲେ। ଏଥିସହ ତାଙ୍କୁ ସ୍ୱାଗତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଦିଆଯାଇଥିବା ‘ସ୍ମରଣୀୟ’ ସ୍ୱାଗତ ପାଇଁ କୃତଜ୍ଞତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନାଇଜେରିଆରୁ ବ୍ରାଜିଲରେ ପହଞ୍ଚିଛନ୍ତି। ଗତ ୧୭ ବର୍ଷ ମଧ୍ୟରେ ନାଇଜେରିଆ ରାଷ୍ଟ୍ର ଗସ୍ତ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମଦ ତିନୁବୁଙ୍କ ଦ୍ୱାରା ନିମନ୍ତ୍ରିତ ପ୍ରଧାନମନ୍ତ୍ରୀ ତାଙ୍କ ସହ ଫଳପ୍ରଦ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ଏବଂ ପଶ୍ଚିମ ଆଫ୍ରିକାର ଭାରତୀୟ ସମୁଦାୟକୁ ସମ୍ବୋଧିତ କରିଥିଲେ। ତାଙ୍କୁ ନାଇଜେରିଆର ଦ୍ୱିତୀୟ ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ଗ୍ରାଣ୍ଡ୍ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ନାଇଜର (ଜିସିଓଏନ୍) ପ୍ରଦାନ କରାଯାଇଥିଲା ଏବଂ ଏହି ସମ୍ମାନ ପାଇବାରେ ସେ ହେଉଛନ୍ତି ଦ୍ୱିତୀୟ ବିଦେଶୀ ନେତା। ବ୍ରାଜିଲ ପରେ ମୋଦୀ ଗୁଏନା ଗସ୍ତରେ ଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe