ଜୟପୁର: ଆଉ ମାତ୍ର ୩ ଦିନ ପରେ ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ। ନିର୍ବାଚନୀ ପ୍ରଚାର ସରିଲା ବେଳକୁ ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ଜୋରଦାର ହୋଇଛି। ଉଭୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନ ରାଲିରେ ଯୋଗ ଦେଇ ପରସ୍ପର ଉପରକୁ ବର୍ଷିଛନ୍ତି। ରାହୁଲ ଗାନ୍ଧୀ ଅଲୱର୍ରେ ଏକ ରାଲିରେ ଉଦ୍ବୋଧନ ଦେଇ କହିଛନ୍ତି ଯେ ମୋଦୀ ପ୍ରତି ଭାଷଣରେ ‘ଭାରତ ମାତା କି ଜୟ’ କହୁଛନ୍ତି। କିନ୍ତୁ ବାସ୍ତବରେ ସେ ନିରବ ମୋଦୀ, ମେହୁଲ ଚୋକ୍ସି ଏବଂ ଅନୀଲ ଅମ୍ବାନିଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। ତେଣୁ ସେ ‘ଭାରତ ମାତା କି ଜୟ’ କହିବା ପରିବର୍ତ୍ତେ ‘ଅନୀଲ ଅମ୍ବାନି କି ଜୟ’ କହିବା ଉଚିତ୍। ଅରବପତିଙ୍କ ଯୋଗୁଁ ସେ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ରାହୁଲଙ୍କ କଥାର ଦୃଢ଼ ଜବାବ ଦେଇ ମୋଦୀ କହିଛନ୍ତି ଯେ କଂଗ୍ରେସ ମୋ ବିରୋଧରେ ଫତ୍ୱା ଆଣିଛି ଯେ ରାଲି ପୂର୍ବରୁ ମୁଁ ଭାରତ ମାତା କି ଜୟ କହିବିନି। ମୋଦୀ କହିଛନ୍ତି ଏହା ଲଜ୍ଜାର ବିଷୟ ଯେ ଜଣେ କଂଗ୍ରେସ ନେତା ଏଭଳି କଥା କହୁଛନ୍ତି। ଏହା ଆମ ଜନ୍ମମାଟି ପାଇଁ ଏକ ଅପମାନ ବୋଲି ରାଜସ୍ଥାନର ଏକ ରାଲିରେ ମୋଦୀ କହିଛନ୍ତି।
ଅରବପତିଙ୍କ ଯୋଗୁଁ ମୋଦୀ ପ୍ରଧାନମନ୍ତ୍ରୀ ହୋଇଛନ୍ତି
Advertisment
Follow Us