ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ତ୍ରୀସ୍ତରୀୟ କ୍ୟାବିନେଟ ବୈଠକ କରିଛନ୍ତି | ଏହି ବୈଠକରେ ମୋଦୀ ଦେଶର କରୋନା ରୋଗୀଙ୍କ ପାଇଁ ଉପଲବ୍ଧ ହେଉଥିବା ଅମ୍ଳଜାନ ଓ ଔଷଧର ଉପଲବ୍ଧତା ବାବଦରେ ସମୀକ୍ଷା କରିଛନ୍ତି | ମୋଦୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ସ୍ଥିତିକୁ ମୁକାବିଲା କରିବା ପାଇଁ ସବୁ ମନ୍ତ୍ରାଳୟ ଏକଜୁଟ ହୋଇ କାମ କରୁଛନ୍ତି | ସେହିପରି କେନ୍ଦ୍ର ମନ୍ତ୍ରୀମାନଙ୍କୁ ମୋଦୀ କହିଛନ୍ତି ଯେ ସେମାନେ ନିଜ ଅଞ୍ଚଳର ଲୋକଙ୍କ ସହ ସମ୍ପର୍କ ରଖନ୍ତୁ | ସେମାନଙ୍କ ଅଞ୍ଚଳର ଲୋକଙ୍କୁ ସାହାଯ୍ୟ କରିବା ସହ ମତାମତ ନେବାକୁ ମୋଦୀ ପରାମର୍ଶ ଦେଇଛନ୍ତି |
ସେହିପରି ଆଜିର ମନ୍ତ୍ରୀ ପରିଷଦ ବୈଠକରେ ଗତ ୧୪ ମାସ ମଧ୍ୟରେ ଲୋକମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ସମୀକ୍ଷା କରାଯାଇଥିଲା । ଏହା ସହ ରାଜ୍ୟ ସରକାରଙ୍କୁ ଡାକ୍ତରଖାନା ଶଯ୍ୟା ବୃଦ୍ଧି, ଅମ୍ଳଜାନ ଉତ୍ପାଦନ ବଢାଇବା ଏବଂ ଏବଂ ଅତ୍ୟାବଶ୍ୟକ ଔଷଧର ଉପଲବ୍ଧତା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସାହାଯ୍ୟ ବାବଦରେ ଅବଗତ କରାଯାଇଥିଲା | ସୂଚନା ଥାଉ କି ଆଜିର ମନ୍ତ୍ରୀପରିଷଦ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କରୋନା ସଙ୍କଟ ବାବଦରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।
photo-zee newsଏଥି ସହିତ ଫାର୍ମା କମ୍ପାନୀ, ଅମ୍ଳଜାନ ଯୋଗାଣକାରୀ କମ୍ପାନୀଙ୍କ ସହ ପରିସ୍ଥିତିର ମୁକାବିଲା ପାଇଁ ସେ ସମ୍ଭାବ୍ୟ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରିଥିଲେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦିନ ସେନା ମୁଖ୍ୟ ଜେନେରାଲ ଏମଏମ ନରୱାନେଙ୍କ ସହ କୋଭିଡ -୧୯ ପରିଚାଳନା ସମ୍ପର୍କରେ ଏକ ବୈଠକ କରିଥିଲେ। ଯେଉଁଥିରେ ସେନା ଦ୍ୱାରା ନିଆଯାଇଥିବା ପଦକ୍ଷେପ ଏବଂ ଅନ୍ୟାନ୍ୟ ପ୍ରସ୍ତୁତିର ସମୀକ୍ଷା କରିଥିଲେ |
Follow Us