ସହିଦଙ୍କ ପିଲାମାନଙ୍କ ସ୍କଲାରସିପ୍‌ ବଢ଼ିଲା, ମୋଦୀ କ୍ୟାବିନେଟର ପ୍ରଥମ ନିଷ୍ପତ୍ତି

Advertisment

ସହିଦଙ୍କ ପିଲାମାନଙ୍କ ସ୍କଲାରସିପ୍‌ ବଢ଼ିଲା

ସହିଦଙ୍କ ପିଲାମାନଙ୍କ ସ୍କଲାରସିପ୍‌ ବଢ଼ିଲା

ସହିଦଙ୍କ ପିଲାମାନଙ୍କ ସ୍କଲାରସିପ୍‌ ବଢ଼ିଲା, ମୋଦୀ କ୍ୟାବିନେଟର ପ୍ରଥମ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ କ୍ୟାବିନେଟ ବୈଠକରେ ସହିଦଙ୍କ ପିଲାମାନଙ୍କୁ ମିଳୁଥିବା ସ୍କଲାର୍‌ସିପ୍‌ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ଜାତୀୟ ପ୍ରତିରକ୍ଷା ପାଣ୍ଡି ଅନ୍ତର୍ଗତ ‘ପ୍ରଧାନମନ୍ତ୍ରୀ ସ୍କଲାର୍‌ସିପ୍‌ ସ୍କିମ୍‌’ରେ ବଡ଼ ପରିବର୍ତ୍ତନ ଆଣିବାକୁ ମଂଜୁରି ଦିଆଯାଇଛି। ଏବେ ସହିଦଙ୍କ ପିଲାମାନଙ୍କୁ ମାସିକ ୨୦୦୦ ବଦଳରେ ୨୫୦୦ ଟଙ୍କା ସ୍କଲାର୍‌ସିପ୍‌ ମିଳିବ। ଝିଅମାନଙ୍କ କ୍ଷେତ୍ରରେ ଏହା ୨୨୫୦ ଟଙ୍କା ବଦଳରେ ଏଣିକି ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହି ଯୋଜନାରେ ଏବେ ରାଜ୍ୟ ପୁଲିସକୁ ମଧ୍ୟ ସାମିଲ କରାଯାଇଛି। ଆତଙ୍କବାଦୀ ଏବଂ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ରାଜ୍ୟ ପୁଲିସର ଯବାନ ଏବଂ ଅଫିସର୍‌ଙ୍କ ପିଲାମନଙ୍କ ମଧ୍ୟ ସ୍କଲାର୍‌ସିପ୍‌ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କୁ ୫ ଶହ ଟଙ୍କା ସ୍କଲାର୍‌ସିପ୍‌ ମିଳିବ। ଜାତୀୟ ପ୍ରତିରକ୍ଷା ପାଣ୍ଠିର ସ୍ଥାପନା ୧୯୬୨ରେ ହୋଇଥିଲା ଏବଂ ଏବେ ଏହି ପାଣ୍ଠିର ବିନିଯୋଗ ସେନା, ଅର୍ଦ୍ଧସାମରିକ ବାହିନୀ, ଆର୍‌ପିଏଫ୍‌ ସଦସ୍ୟଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe