ନେତାନ୍ୟାହୁଙ୍କୁ ଫୋନ କଲେ ମୋଦୀ

ଇସ୍ରାଏଲ ଲେବାନନର ହିଜବୁଲ୍ଲା ଓ ୟେମେନର ହୁଥି ବିଦ୍ରୋହୀଙ୍କ ଆଶ୍ରୟସ୍ଥଳୀ ଉପରେ ଜୋରଦାର ଆକ୍ରମଣ କରୁଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି।

israel

ନୂଆଦିଲ୍ଲୀ : ଇସ୍ରାଏଲ ଲେବାନନର ହିଜବୁଲ୍ଲା ଓ ୟେମେନର ହୁଥି ବିଦ୍ରୋହୀଙ୍କ ଆଶ୍ରୟସ୍ଥଳୀ ଉପରେ ଜୋରଦାର ଆକ୍ରମଣ କରୁଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ବିଶ୍ବରେ ଏହି ଫୋନକୁ ବେଶ ଗୁରୁତ୍ବ ଦିଆଯାଉଛି କାରଣ ନେତାନ୍ୟାହୁଙ୍କ ସହ ମୋଦୀଙ୍କ ଭଲ ସମ୍ପର୍କ ରହିଛି ।

ଆଞ୍ଚଳିକ ଉତ୍ତେଜନାକୁ ରୋକିବା ଏବଂ ସମସ୍ତ ବନ୍ଧକଙ୍କୁ ସୁରକ୍ଷିତ ମୁକ୍ତ କରିବା ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ | ଶାନ୍ତି ଏବଂ ସ୍ଥିରତା ଶୀଘ୍ର ପୁନରୁଦ୍ଧାର ପାଇଁ ପ୍ରୟାସକୁ ସମର୍ଥନ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନେତାନ୍ୟାହୁଙ୍କ ସହ କଥାବାର୍ତ୍ତା ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି। “ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ବିଷୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ କଥା ହୋଇଛି। ଆଞ୍ଚଳିକ ଉତ୍ତେଜନାକୁ ରୋକିବା ଏବଂ ସମସ୍ତ ବନ୍ଧକଙ୍କୁ ସୁରକ୍ଷିତ ମୁକ୍ତ କରିବା ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ | ଶାନ୍ତି ଏବଂ ସ୍ଥିରତା ଶୀଘ୍ର ପୁନରୁଦ୍ଧାର ପାଇଁ ପ୍ରୟାସକୁ ସମର୍ଥନ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ।“

କିଛିଦିନ ତଳେ ଇସ୍ରାଏଲ ନିକଟରେ ଲେବନାନରେ ଥିବା ହିଜବୁଲ୍ଲାର ଘାଟି ଉପରେ ଆକ୍ରମଣକୁ ତୀବ୍ର କରିଛି। କିଛି ଦିନ ତଳେ ଇସ୍ରାଏଲ ମଧ୍ୟ ଏୟାରଷ୍ଟ୍ରାଇକ୍ ରେ ହେଜବୁଲ୍ଲା ମୁଖ୍ୟ ହାସାନ ନସରଲ୍ଲାଙ୍କ ସମେତ ଅନେକ କମାଣ୍ଡରଙ୍କୁ ମାରିଦେଇଥିଲା। ସେବେଠାରୁ ଇସ୍ରାଏଲକୁ ହିଜବୁଲ୍ଲା ଓ ଇରାନ ମଧ୍ୟ ଧମକ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe