ପୂର୍ବ ୟୁକ୍ରେନ୍‌ରୁ ଭାରତୀୟଙ୍କୁ ସ୍ଥାନାନ୍ତରଣରେ ସହଯୋଗ ପାଇଁ ଜେଲେନ୍‌ସ୍କିଙ୍କୁ ଫୋନ୍ କଲେ ପ୍ରଧାନମନ୍ତ୍ରୀ ମୋଦୀ

ପୂର୍ବ ୟୁକ୍ରେନ୍‌ରୁ ଭାରତୀୟଙ୍କୁ ସ୍ଥାନାନ୍ତରଣରେ ସହଯୋଗ ପାଇଁ ଜେଲେନ୍‌ସ୍କିଙ୍କୁ ଫୋନ୍ କଲେ ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Zee News

ନୂଆଦିଲ୍ଲୀ: ଭୀଷଣ ଯୁଦ୍ଧ ବାତାବରଣରେ ପୂର୍ବ ୟୁକ୍ରେନୀୟ ନଗରୀ ସୁମିରେ ଫସି ରହିଥିବା ବହୁସଂଖ୍ୟକ ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତରଣ କରିବାରେ ସହଯୋଗ କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍‌ କରି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କ ସହଯୋଗ ଲୋଡ଼ିଛନ୍ତି।

ଫୋନ୍‌ରେ ୩୫ ମିନିଟ୍‌ କାଳ କଥାବାର୍ତ୍ତା ମଧ୍ୟରେ ଦୁଇ ନେତା ୟୁକ୍ରେନ୍‌ର ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ। ସଙ୍କଟ ଟାଳିବା ନିମନ୍ତେ ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ପ୍ରତ୍ୟକ୍ଷ ଆଲୋଚନାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ।

publive-image Image Courtesy of Business Standard

ଏହାଛଡ଼ା, ୟୁକ୍ରେନ୍‌ରୁ ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତରଣ ନିମନ୍ତେ ୟୁକ୍ରେନ୍‌ ସରକାରଙ୍କ ପ୍ରଦତ୍ତ ସହାୟତା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ଧନ୍ୟବାଦ ଜଣାଇଥିଲେ। ସମ୍ପ୍ରତି ସୁମିରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ସ୍ଥାନାନ୍ତରଣ ନିମନ୍ତେ ଚାଲିଥିବା ଉଦ୍ୟମରେ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କର ସହଯୋଗ ଲୋଡ଼ିଛନ୍ତି।

ଏହାକୁ ମିଶାଇ ପ୍ରଧାନମନ୍ତ୍ରୀ ମୋଦୀ ଜେଲେନ୍‌ସ୍କିଙ୍କ ସହ ଦୁଇ ଥର ଫୋନ୍‌ରେ କଥାବାର୍ତ୍ତା ହେଲେଣି। ଫେବ୍ରୁଆରି ୨୪ ତାରିଖ ଦିନ ଜେଲେନ୍‌ସ୍କିଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା ବେଳେ ମୋଦୀ ହିଂସା ବନ୍ଦ କରି କୂଟନୈତିକ ବୁଝାମଣା ନିମନ୍ତେ ନିବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe