ମୋଦୀ ଯଦି ପ୍ରଧାନମନ୍ତ୍ରୀ ‌ହୋଇପାରିବେ ମୁଁ କାହିଁକି ନୁହଁ; ମଧ୍ୟପ୍ରଦେଶର ମେୟର ପ୍ରାର୍ଥୀଙ୍କ ବୟାନ

ମୋଦୀ ଯଦି ପ୍ରଧାନମନ୍ତ୍ରୀ ‌ହୋଇପାରିବେ ମୁଁ କାହିଁକି ନୁହଁ; ମଧ୍ୟପ୍ରଦେଶର ମେୟର ପ୍ରାର୍ଥୀଙ୍କ ବୟାନ

ଭୋପାଳ:  ମଧ୍ୟପ୍ରଦେଶର ପୌର ନିର୍ବାଚନର ନାମାଙ୍କନ ପ୍ରକ୍ରିୟା ସମାପ୍ତ ହେବା ପରେ ୧୪ଜଣ ପ୍ରାର୍ଥୀ ରିୱା ମ୍ୟୁନିସିପାଲ କର୍ପୋରେସନର ସଂରକ୍ଷିତ ଆସନରେ ଭାଗ୍ୟ ପରୀକ୍ଷା କରିବାକୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ ରିୱା ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣେ ଚା’ ବିକାଳୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।

ଗତ ୨୦ ବର୍ଷ ଧରି ମଧ୍ୟପ୍ରଦେଶର ରିୱାଠାରେ ଅବସ୍ଥିତ ଶିଳ୍ପୀ ପ୍ଲାଜାରେ ଚା ’ଷ୍ଟଲ୍ କରିଥିବା ରାମ ଚରଣ ଶୁକ୍ଲା ବର୍ତ୍ତମାନ ମେୟର ହେବାକୁ ଦାବି କରି ନିଜକୁ ପ୍ରାର୍ଥୀ କରିଛନ୍ତି। ପ୍ରାର୍ଥୀ ହେବା ପରେ ସେ କହିଛନ୍ତି ଯେ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚା’ ବିକାଳୀରୁ ଯଦି ପ୍ରଧାନମନ୍ତ୍ରୀ ହୋଇପାରିବେ ତେବେ ମୁଁ କାହିଁକି ମେୟର ହୋଇପାରିବି ନାହିଁ। ସେ କହିଛନ୍ତି ଯେ ସହରର ମୌଳିକ ସମସ୍ୟାକୁ ତାଙ୍କର ନିର୍ବାଚନ ପ୍ରସଙ୍ଗରେ ପରିଣତ କରି ସେ ନିର୍ବାଚନ ଲଢ଼େଇରେ ପ୍ରବେଶ କରିଛନ୍ତି, ଯେଉଁଥିପାଇଁ ସେ ନାମାଙ୍କନପତ୍ର ମଧ୍ୟ ଦାଖଲ କରିଛନ୍ତି।

ରାମଚରଣଙ୍କ ଅନୁଯାୟୀ, ସେ ଗତ ୨୦ବର୍ଷ ଧରି ଏକ ଚା’ ଷ୍ଟଲ୍ କରି ଚା’ ବିକ୍ରି କରୁଥିବାରୁ ସହରର ୭୦% ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ କରିପାରିଛନ୍ତି। ଏହା ସହ ସହରର ସମସ୍ୟାକୁ ଭଲ ଭାବରେ ବୁଝିଛନ୍ତି ରାମ ଚରଣ ଶୁକ୍ଲା। ବର୍ତ୍ତମାନ ଦୋକାନକୁ ଚା’ ପିଇବାକୁ ଆସୁଥିବା ଲୋକଙ୍ ଠାରୁ ଭୋଟ୍ ପାଇଁ ଶୁକ୍ଲା ମଧ୍ୟ ନିବେଦନ କରୁଛନ୍ତି। ମେୟର ହେଲେ ସେ ସହରର ଅନେକ ସମସ୍ୟା ଦୂର କରିପାରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe