Image Courtesy of India Today
ବେଙ୍ଗାଲୁରୁ: ଜେଡିଏସ୍ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ା ରବିବାର ଦିନ ଚିକ୍କବଲ୍ଲାପୁର ଜିଲ୍ଲାର ସିଦଲାଘାଟ ସହରରେ ଏକ ନିର୍ବାଚନ ରୢାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି। ଦେବଗୌଡ଼ା କହିଛନ୍ତି, କର୍ଣ୍ଣାଟକରେ ବିଜେପି ଦୁର୍ବଳ ହୋଇଯାଇଛି।
ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟରେ ରୋଡ୍ସୋ କରୁଛନ୍ତି। ତେବେ ଏହା ଏକ ସଂସଦୀୟ ନିର୍ବାଚନ ନୁହେଁ ଏବଂ ଜଣେ ଏମିତି ରୋଡ୍ସୋ କରି ଲୋକମାନଙ୍କୁ ବୋକା ବନାଇପାରିବେନି। ମୋଦୀଙ୍କ ରୋଡ୍ସୋ ପାଇଁ ଅନେକ ଲୋକ ହଇରାଣ ହୋଇଛନ୍ତି। ଦେବଗୌଡ଼ାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ ମଧ୍ୟ କହିଛନ୍ତି ଯେ ମୋଦୀଙ୍କ ରୋଡ୍ସୋ ପାଇଁ ବହୁତ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମୋଦୀ ଶନିବାର ଏବଂ ରବିବାର ୨ଦିନ ବେଙ୍ଗାଲୁରୁରେ ବିଶାଳ ରୋଡ୍ସୋ କରିଥିଲେ।
Follow Us