ଲକ୍‌ଡାଉନ୍‌ ବୃଦ୍ଧି ଘୋଷଣା କରି ଟ୍ବିଟର୍‌ରେ ପ୍ରୋଫାଇଲ୍‌ ଫଟୋ ବଦଳାଇଲେ ମୋଦୀ

ଲକ୍‌ଡାଉନ୍‌ ବୃଦ୍ଧି ଘୋଷଣା କରି ଟ୍ବିଟର୍‌ରେ ପ୍ରୋଫାଇଲ୍‌ ଫଟୋ ବଦଳାଇଲେ ମୋଦୀ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ପୂରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ୟା ମଧ୍ୟରେ ତୃତୀୟ ଥର ପାଇଁ ନିଜ ଟ୍ବିଟର୍‌ ଆକାଉଣ୍ଟ୍‌ରେ ପ୍ରୋଫାଇଲ୍‌ ଫଟୋ ‌ବଦଳାଇଛନ୍ତି ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ।

ସେ ତାଙ୍କ‌ ପ୍ରୋଫାଇଲ୍‌ ଫଟୋରେ ମାସ୍କ ବଦଳରେ ନିଜ ପିନ୍ଧା ଉତ୍ତରୀୟକୁ ତିନି ପରସ୍ତରେ ଭାଙ୍ଗି ନିଜ ମୁହଁରେ ଗୁଡ଼ାଇ ଏକ ଫଟୋ ଅପ୍‌ଲୋଡ୍‌ କରିଛନ୍ତି। ପୂର୍ବରୁ ମାର୍ଚ ୨୫ ତାରିଖରୁ ‌୨୧ ଦିନିଆ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ଏବେ ତାହାକୁ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍‌ଡାଉନ୍‌ର ସମୟ କାଳ ମେ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇବା ପରେ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ପ୍ରୋଫାଇଲ୍‌ ଫଟୋ ବଦଳାଇଥିବା ଦେଖିବାକୁ ମିଳିଛି।

publive-image twitter

ମୋଦୀ ଲକ୍‌ଡାଉନ୍‌ ଘୋଷଣା କରିବା ସହ ଦେଶବାସୀଙ୍କୁ ସଚେତନତା ଅବଲମ୍ବନ କରିବାକୁ କହିଛନ୍ତି। ସମେସ୍ତ ଘର ତିଆରି ଫେସ୍‌ମାସ୍କ ପିନ୍ଧନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ଏହି କରୋନା ଭାଇରସ୍‌ ସାରା ବିଶ୍ବରେ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ବିଭିନ୍ନ ଦେଶରେ ଏବେ ଲକ୍‌ଡାଉନ୍‌ ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe